September 29, 2024

 ବିଜେପି କ୍ଷମତାକୁ ଆସିଲେ ,ଉପକୂଳ ରାଜ ପଥ ସହ,ଖୁବ୍ ଶୀଘ୍ର ମାଛ ଧାରା ବନ୍ଦର ….

Share

ଅସ୍ତରଙ୍ଗ,,ଓଡ଼ିଶାରେ ଚାଲିଛି ଅନ୍ଧ ସରକାର । ଯାହାକୁ ନିୟନ୍ତ୍ରଣ କରୁଛନ୍ତି ତାମିଲନାଡୁ ରୁ ଆସିଥିବା ବରିଷ୍ଠ ଅଧିକାରୀ । ସେହି ତାମିଲ ର ଛାୟା ଶାସନକୁ ହଟାଇ , ଓଡ଼ିଆ ମାନସର ବ୍ୟକ୍ତି ଙ୍କୁ ଶାସନ ଗାଦିରେ ବସେଇ ବାକୁ ହେଲେ ବିଜେପି କୁ ଆସନ୍ତା ୧ ତାରିଖରେ ହେବାକୁ ଥିବା ନିର୍ବାଚନ ରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ନିହାତି ଜରୁରୀ ବୋଲି ବୁଧବାର ଦିନ ଏକ ଭରପୁର ଜନ ସଭାରେ ଭାଷଣ ଦେଇ ,ଅସ୍ତରଙ୍ଗ ଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହି ଛନ୍ତି ।
ଅସ୍ତରଙ୍ଗ ର ବ୍ଲକ ପଡିଆ ଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ହେଲି କ୍ୟାପଟର ରୁ ଅବତରଣ ପରେ ତାଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ, ପ୍ରାଥି ବାଇଧର ମଳିକ, ପୂର୍ବତନ ବିଧାୟକ ସୁର ସେଠୀ, ଇସ୍ୱର ବେହେରା , ଦିବାକର ଛାଟୋଇ , ପ୍ରସନ୍ନ ବେହେରା ଅଧିକାରୀ ବେହେରା ପ୍ରଭୁତି । ବ୍ଲକ ପଡ଼ିଆରେ ଅନୁଷ୍ଠିତ ବିରାଟ ଜନ ସଭାରେ କେନ୍ଦ୍ର ମନ୍ତ୍ରୀ,ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଦୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଭି କେ ପାଣ୍ଡିଆନ ଙ୍କୁ କଡା ସମାଲୋଚନା କରି ବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜଣେ ଶୁ ପୁତ୍ର ଭାବେ ଅବିହିତ କରି ଶ୍ରୀ ପଟ୍ଟନାୟକ ଙ୍କ ଗୁଣ ଗାନ ମଧ୍ୟ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଜେ,କେନ୍ଦ୍ର ସରକାର ଅସ୍ତରଙ୍ଗ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଗାଇ ଦେବାକୁ ଦେଇଥିବା ୧୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ କାମ ନହୋଇ ପଡ଼ି ରହିବା,ଅସ୍ତରଙ୍ଗ ଦେଇ ପ୍ରସ୍ତାବିତ ଉପକୂଳ ରାଜପଥ ପାଇଁ ଜମିର ସମସ୍ୟା ଥିବାରୁ ରାଜ୍ୟ ସରକାର ସହଯୋଗ ନ କରିବା,ଅସ୍ତରଙ୍ଗ ରେ ହେବାକୁ ଥିବା ମାଛ ଧାରା ବନ୍ଦର ରେ ସହଯୋଗ ନ ମିଳିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ବିନିଯୋଗ ନ ହେବା,ଆଦି ନେଇ ରାଜ୍ୟ ସରକାର ଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଊପରେ କଡା ସମାଲୋଚନା କରିବା ସହ,ଆସନ୍ତା ନିର୍ବାଚନ ରେ ବିଧାୟକ ପ୍ରାଥ୍ରୀ ବାଇଧର ମଳିକ ଓ ସଂଶଦ ପ୍ରାଥି ବିଭୁ ପ୍ରସାଦ ତରାଇ ଙ୍କୁ ଡବଲ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିଶାଳ ଜନ ସମାବେଶ କୁ ଅନୁରୋଧ କରିବା ସହ , କେନ୍ଦ୍ର ଓ ରାଜ୍ୟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ନେଇ, ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଜନତା ଙ୍କୁ ନିବେଦନ କରିଥିଲେ । ଏହି ସମାବେଶ ରେ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ,ବରିଷ୍ଠ ନେତା ପ୍ରସନ୍ନ ବେହେରା ,ଅଧିକାରୀ ବେହେରା,ମଙ୍ଗଳା ପ୍ରସାଦ ସାମନ୍ତରାୟ,ଇଶ୍ଵର ବେହେରା,ପ୍ରମୁଖ ଭାଷଣ ଦେଇ ମୋଦୀଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ଟିପଣି ରଖିଥିଲେ । ସଭା ସ୍ଥଳ ରେ ଜୟ ଶ୍ରୀରାମ, ଜୟ ଜଗନ୍ନାଥ,ନରେନ୍ଦ୍ର ମୋଦୀ କି ଜିନ୍ଦାବାଦ , ଆଦି ଧୋନିରେ ସଭା ସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ଶାନ୍ତି ଶୃଙ୍ଖଳା ଦାୟୀତ୍ୱ ନେଇ ବ୍ୟାପକ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନି ଙ୍କୁ ମୁତୟନ କରା ଯାଇଥିଲା ।
( ଦୁଃଶାସନ ନାୟକ ଅସ୍ତରଙ୍ଗ,)