June 29, 2024

ବାଣିଜ୍ୟରେ ସନ୍ତୋଷ ଉମରକୋଟ କଲେଜରେ ଟପର୍……

Share

ଉମରକୋଟ: ଉମରକୋଟ ପେ‌ଣ୍ଡାଣି ମହାବିଦ୍ୟାଳୟର ଛାତ୍ର ସି.ଏଚ. ସନ୍ତୋଷ କୁମାର ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ଉମରକୋଟ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ୨ୟ ସ୍ଥାନ ଅଧିକାର କରିଛନ୍ତି। ଉକ୍ତ କଲେଜର ବାଣିଜ୍ୟ ବିଭାଗରୁ ମୋଟ ୭୨ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୬ କୃତକାର୍ଯ୍ୟ ହୋଇଛନ୍ତି।୧୨ ଜଣ ପ୍ରଥମ, ୧୪ଜଣ ଦ୍ଵିତୀୟ ,୨୦ଜଣ ତୃତୀୟ ସ୍ଥାନରେ ପାସ କରିଛନ୍ତି ସେମାନଙ୍କ ମଧ୍ୟରୁ ସନ୍ତୋଷ ମୋଟ ୬୦୦ ମାର୍କରୁ ୫୦୭ ମାର୍କ ରଖି ବ୍ଲକ ରେ ପ୍ରଥମ ଓ ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି।ସନ୍ତୋଷଙ୍କ ବାପା ସି.ଏଚ.ସାଇ ନଗେସ ଜଣେ ବ୍ୟବସାୟୀ ହେଇଥିବା ବେଳେ ମା ବି. ମୟୁରି ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ଟିଉସନ୍ ସାର୍ କଲେଜର ଅଧ୍ୟାପକ ଅଧ୍ୟାପିକା ଏବଂ ବାପା ମା କୁ କୃତଜ୍ଞତା ଜଣାଇଛନ୍ତି। ଭବିଷ୍ୟତରେ ସନ୍ତୋଷ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବେ ବୋଲି ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।(ଏମ୍.ଦିନା°ଶୁ ଆଚାରୀ)