April 19, 2025

ଅମଲା ସଂଘର କଳା ବ୍ଯାଜ୍ ପରିଧାନ

Share

ଅମଲା ସଂଘର କଳା ବ୍ଯାଜ୍ ପରିଧାନ
ବୁଗୁଡା : ତା ୨୯/୦୫/୨୩ : ଓଡ଼ିଶା ଅମଲା ସଂଘ ତରଫରୁ ସାରା ରାଜ୍ୟରେ କଳା ବ୍ଯାଜ୍ ପରିଧାନ କରି ପ୍ରତିବାଦ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ସଭ୍ୟମାନେ କଳା ବ୍ଯାଜ୍ ପରିଧାନ କରି ସରକାରଙ୍କ ଦରମା ପ୍ରଦାନ ବ୍ଯବସ୍ଥାକୁ ନେଇ ପ୍ରତିବାଦ କରୁଥିବା ଜଣାପଡିଛି। ଏ ନେଇ ସୋମବାର ଦିନ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ବ୍ଳକ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସେଠୀଙ୍କ ଅଧ୍ଯକ୍ଷତାରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅମଲାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ସରକାର ସେମାନଙ୍କ ଦରମା ବୃଦ୍ଧି ଦାବି ଯଦି ଚଳିତ ମେ ୩୧ ସୁଦ୍ଧା ପୂରଣ ନ କରନ୍ତି ତେବେ ସେମାନେ ଜୁନ୍ ମାସ ପହିଲାରୁ ସମୂହ ଭାବେ ଛୁଟି ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ଲକ୍ଷ୍ମୀ ନାରାୟଣ ପାଢୀ, ପ୍ରଫୁଲ୍ଲ ଗୌଡ, ମନ୍ମଥ ବେହେରା, ନିରଞ୍ଜନ ମହାରଣା, ଶ୍ରୀକାନ୍ତ ଡାକୁଆଙ୍କ ସମେତ ତହସିଲ, ବ୍ଳକ, ସବ୍ ରେଜିଷ୍ଟର, ଟ୍ରେଜେରୀ, ଆଇସିଡିଏସ୍ କାର୍ଯ୍ୟାଳୟର ଅମଲାମାନେ ଉପସ୍ଥିତ ଥିଲେ।