March 12, 2026

ଗଜପତି ଜିଲ୍ଲା ଗୁମ୍ମାଓସେରଙ୍ଗ ସ୍ତରୀୟ ବିଜେପି ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକଅନୁଷ୍ଠିତ

IMG-20230529-WA0023
Share

ଗଜପତି ଜିଲ୍ଲା ଗୁମ୍ମାଓସେରଙ୍ଗ ସ୍ତରୀୟ ବିଜେପି ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଗ୍ରାମ ସ୍ଥିତ ହାଟପଦା ପରିସରରେ ଗୁମ୍ମା ବ୍ଲକ୍ ବିଜେପି ପକ୍ଷରୁ ଗୁମ୍ମା ଓ ସେରଙ୍ଗ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁମ୍ମା ମଣ୍ଡଳ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ବିଶୋଇ ସଭାପତିତ୍ୱ କରିଥିଲେ
ଅନ୍ୟ ମାନଙ୍କ ମଧରେ ଏହି ବୈଠକ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୋଦି ସରକାରଙ୍କ ଦୀର୍ଘ ନଅ ବର୍ଷ ର ଉପଲବ୍ଧି ଗୁଡିକ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇଥିଲେ । ତେଣୁ ଆଗାମୀ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ମେ ୩୦ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏକ ଦୀର୍ଘ କାଳୀନ ପ୍ରଚାର ପ୍ରସାର ପାଇଁ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧରେ ଉକ୍ତ ବୈଠକରେ ସେରଙ୍ଗ ମଣ୍ଡଳ ସଭାପତି ମାମା ଶବରଙ୍କ ସମେତ ଗୁମ୍ମା ଓ ସେରଙ୍ଗ ମଣ୍ଡଳର ଦଳୀୟ ପଦାଧିକାରୀ ବୃନ୍ଦ ଓ ସମସ୍ତ ମୋର୍ଚ୍ଚାର ସଭାପତି ଏବଂ ଶତାଧିକ ସଂଖ୍ୟାରେ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ।
କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ଯେ , ଆସନ୍ତା ମଇ ୩୦ ତାରିଖ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ବୋଲି କୁହାଯାଇଛି ।