ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଚାମ୍ପିଅନ ହୋଇଥିବାରୁ ଏକାଡେମୀ ପକ୍ଷରୁ ଏକ ବିଜୟ ଉତ୍ସବ ପାଳନ

ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଆମ ଏକାଡେମୀ ଚାମ୍ପିୟନ ହୋଇ ଥିବାରୁ ଆଜି ଆମ ଏକାଡେମୀରେ ଏକ ବିଜୟ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରା ଯାଇ ଅଛି ।
ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗଦାନ କରିଥିଲେ।
ଏହି ବିଜୟ ଉତ୍ସବ ରେ Taekwondo ର ଦୁଇଟି ବିଭାଗର ଚାମ୍ପିଅନ କେକ କଟାଯିବା ସହିତ ଛାତ୍ର ଛାତ୍ରୀ ମାନଙ୍କର ନାଚ ଗୀତ ର ମାହୋଲ ଜମିଥିଲା । ଏହି ନାଚ ଗୀତ ର ମହୋଲ ଏପରି ଥିଲା ଯେ, ଅଭିଭାବକ ମାନେ ମଧ୍ୟ ନିଜକୁ ସାମିଲ କରିଥିଲେ। ଯାହା କି ଉତ୍ସବ ରେ ଆହୁରି ଏକ ଖୁସିର ମହୋଲ୍ ଜମି ଯାଇ ଥିଲା।
ଏହି ଉତ୍ସବ ରେ Odisha Taekwondo Association ର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ , OTA EC Member ଶ୍ରୀ ମନ୍ମଥ ବାରିକ୍ ଓ କ୍ରୀଡ଼ାପ୍ରେମୀ ଶ୍ରୀ ସନ୍ତୋଷ ଚନ୍ଦୁକା ଯୋଗ ଦେଇଥିବା ର ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ମତବ୍ୟକ୍ତ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ