ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ..
ବୁଗୁଡା : ତା ୨୯/୦୪/୨୪ : ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନିଉ ଏରା ପବ୍ଲିକ ସ୍କୁଲ ପରିସରରେ “ଆମ ଗାଆଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ପ୍ରଫେସର କୃତ୍ତିବାସ ବିଶ୍ଵାଳଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ଘନଶ୍ୟାମ ମିଶ୍ର ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅଶୋକ ନନ୍ଦ, ମୁଖ୍ୟବକ୍ତା ଭାବେ ବୃଷକେତୁ ଦାଶ, ସମ୍ମାନିତ ଅତିଥି ଭାବେ ଅନନ୍ତ କର, ଗଞ୍ଜାମ ଜିଲ୍ଲା ୟୁଜେଓ ସଭାପତି ଅନୀଲ ପଟ୍ଟନାୟକ, କବି ପ୍ରଶାନ୍ତ ନନ୍ଦ ଯୋଗଦେଇ ନିଜ ଅଞ୍ଚଳର ସାହିତ୍ୟ ତଥା ସାହିତ୍ୟିକମାନଙ୍କ ଉପରେ ଗବେଷଣା କରିବା ଏବଂ ତାହାକୁ ହିଁ ବିଶ୍ଵ ସ୍ତରରେ ପହଞ୍ଚାଇବାର ଉଦ୍ୟମ କଲେ ସାହିତ୍ୟ ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ରଚିତ ଦୁଇଟି ପୁସ୍ତକ “ସଂକ୍ଷିପ୍ତ ରାମାୟଣ” ଓ “ଧର୍ମ ଭକ୍ତିର ଅମୃତ ଧାରା” ଉନ୍ମୋଚିତ ହୋଇଥିଲା ବେଳେ ପଣ୍ଡିତ ମିଶ୍ରଙ୍କୁ ବିକ୍ଷିପ୍ତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ରଞ୍ଜିତା ନନ୍ଦ, ଗୋମତୀ ଦାଶ, ଚିତ୍ତରଞ୍ଜନ ଦାସ, ଲୋକନାଥ ମହାନ୍ତି , ପ୍ରଶାନ୍ତ ମହାପାତ୍ର, ଅରୁଣାଞ୍ଚଳ ପତି ପ୍ରମୁଖଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହ ଗଣମାଧ୍ୟମ ପ୍ରତିନିଧି ହର ପ୍ରସାଦ ପାଢ଼ୀ, ଅଭୟ ପ୍ରସାଦ ପାଣିଗ୍ରାହୀ, ମନୋରଞ୍ଜନ ଦାଶ ପ୍ରମୁଖଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । କାର୍ଯ୍ଯକ୍ରମର ଦ୍ଵିତୀୟ ଅଧିବେଶନ ଗୌରୀପତି ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ କବିତା ପାଠୋତ୍ସଵରେ ପ୍ରମୋଦ ଚନ୍ଦ୍ର ପାଢ଼ୀ, ପ୍ରମୋଦ ଚନ୍ଦ୍ର ପାଢ଼ୀ ,ଲକ୍ଷ୍ମୀ ନାରାୟଣ ଦାଶ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ କବି ହର ପ୍ରସାଦ ସାହୁ ଏବଂ ପ୍ରଖ୍ୟାତ ଚିତ୍ରଶିଳ୍ପୀ ସ୍ଥିତଧି ରଥଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ ।