November 16, 2024

ଏକ ଲକ୍ଷ ଟଙ୍କା ସହ ମାନ ପତ୍ର କାୟାକଳ୍ପ ପୁରସ୍କାର ପାଇଲା କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

Share

 

 

 

କୋରାପୁଟ ଜ଼ିଲ୍ଲା ସଦର ମହକୁମା ରେ ଥିବା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯା ଳୟ ଠାରେ ଜ଼ିଲ୍ଲା ର ଦଶ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କୁ କାୟା କଳ୍ପ ପୁରସ୍କାର ମିଳିଥିବା ଜଣା ଯାଇଛି I ଚଳିତ ବର୍ଷ ଜାନୁୟାରୀ ମାସରେ ଏକ କେନ୍ଦ୍ରୀୟ ଟିମ ଜ଼ିଲ୍ଲା ର ସ୍ୱାସ୍ଥ୍ୟ କେନ୍ଦ୍ର ମାନ ବୁଲି ପରିଦର୍ଶନ କରି ଥିଲେ. ଅଜି ଏକ ସ୍ୱତନ୍ତ୍ର ବୈଠକ ର ଆୟୋଜନ କରି ମାନ ପତ୍ର ସହ ଏକ ଲକ୍ଷ ଟଙ୍କା ପୁରସ୍କାରପ୍ରଦାନ କରିଥିଲେ. କୋଟପାଡ଼ ଲକ୍ଷ୍ମୀ ପୁର. ବୋରିଗୁମ୍ମା. କୁନ୍ଦ୍ରା. ରାବଣା ଗୁଡା ଲମ ତା ପୁଟ ପଟାଙ୍ଗୀ ବୈପାରୀଗୁଡା ନନ୍ଦପୁର ବନ୍ଧୁଗାଁ. ମୋଟ ଜ଼ିଲ୍ଲା ର ଦଶ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଏହି ଯୋଜନା ରେ ସାମିଲ କରାଯାଇଛି I ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ କୟାକଳ୍ପ ବିବେଚିତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ର ହିସାବ ରକ୍ଷକ ଓ ବି ପି ଏମ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଏକ ଲକ୍ଷ ଟଙ୍କା ଚେକ ସହ ମାନ ପତ୍ର ପ୍ରଦାନ କରି ଥିବା ଜଣା ଯାଇଛି I କୋଟପାଡ଼ ମେଡିକାଲ ପୁରସ୍କାର ପାଇବା ଖବର ପ୍ରସାର ହବା ପରେ ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ପୌରାଧ୍ୟକ ସଙ୍କର ରାଓ ସମାଜ ସେବୀ ଶିବ ପଟ୍ଟନାୟକ. ଗଣେଶ ଚନ୍ଦ୍ର ପଣ୍ଡା ପଙ୍କଜ ପାତ୍ର ସୁଧୀର ମହାନ୍ତି ଙ୍କ ସମେତ ଜନ ପ୍ରତି ନିଧି ଓ ଗଣ ମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧି ଜୀବି ମାନେ ସ୍ୱାସ୍ଥ୍ୟ ଅଧିକାରୀ ସାରଥୀ ପ୍ରସାଦ ମୁନି ଙ୍କ ସମେତ ଫାର୍ମାସିଷ୍ଟ ଷ୍ଟାଫ ଏବଂ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିବାର ଜଣାଯାଇଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I