April 1, 2025

ସରକାରୀ ପ୍ରାଥମିକ ବିଦ୍ୟାଳୟ ପଟାଭାଡ଼ି ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Share

 

 

ସୋନପୁର ସଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ପଟାଭାଡ଼ି ଠାରେ 2024-25 ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବୁଦ୍ଧଦେବ ସା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଠିନ ପରିଶ୍ରମ,ଦୃଢ଼ ପ୍ରତିଜ୍ଞ ଓ ଅଧ୍ୟବସାୟ ବଳରେ ନିଜ ଲକ୍ଷ୍ୟ ହାସଲ କରାଯିବା କଥା ଉପରେ ଗୁରୁତ୍ବ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ପ୍ରେରଣା ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟ ର ପରିବର୍ତ୍ତିତ ପରିସ୍ଥିତି ତଥା ସୁବିଧା ଉପରେ ଆଲୋକପାତ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କାତ୍ୟାୟନୀ ମିଶ୍ର ତାଙ୍କ ଅଭିଭାଷଣ ରେ ବିଦ୍ୟାଳୟ ପରିବେଶ ଏବଂ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ କୁ ନେଇ ଭୂୟସୀ ପ୍ରଶଂସା କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ମିଶ୍ର ଙ୍କ ଦ୍ଵାରା ସ୍ବାଗତ ଭାଷଣ ଓ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମିଶ୍ର ବାର୍ଷିକ ବିବରଣୀ ପଠନ କରିବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ। ୨୦୨୩-୨୪ ବୃତ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଇଥିବା ୪ ଜଣ ଛାତ୍ର ଛାତ୍ରୀ ଲକ୍ଷ୍ମୀ ନାରାୟଣ ମେହେର,ଶ୍ରଦ୍ଧାଞ୍ଜଳି ମେହେର ( ଶ୍ରେଣୀ- ପଞ୍ଚମ ) ଆୟୁଷ ସାହୁ, ବବୁନ ବଞ୍ଛୋର୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ଶ୍ରୀମତୀ କମଳିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।