September 19, 2026

ଗୋଲିଆ କ୍ଲଷ୍ଟର ସ୍ତରୀୟ ଟିଏଲଏମ୍ ମେଳା ଅନୁଷ୍ଠିତ 

IMG-20250329-WA0011
Share

 

ବୁଗୁଡ଼ା : ତା ୨୯/୦୩/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ମରାଇପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଲିଆ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାଦାନ ଶିକ୍ଷଣ ଉପକରଣଗୁଡିକୁ ପ୍ରଦର୍ଶନ କରିଥିଲେ। ଗୋଲିଆ କ୍ଲଷ୍ଟର ସିଆରସିସି ସୁନିତା ପାଣିଗ୍ରାହୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏସ୍ଏମସି ସଭାପତି ସନ୍ଯାସୀ ଗୌଡ, ବୁଗୁଡ଼ା ଏନଏସି ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇଥିଲେ। ଏ ଅବସରରେ ଅଂଶ ଗ୍ରହଣକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ମରାଇପଲ୍ଲୀ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ।