ବୁଥ ସ୍ଥିତିକୁ ପରଖିଲେ ଜିଲାପାଳ….
ଉମରକୋଟ – ଆସନ୍ତା ସାଧାରଣ ନର୍ବାଚନ କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ଉମରକୋଟ ବ୍ଲକ ର ସ୍ଥିତି କୁ ପରଖି ଛନ୍ତି ନବରଙ୍ଗପୁର ଜିଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର। ବୁର୍ଜା ପଞ୍ଚାୟତ ର ବୁର୍ଜା ଓ ଇନ୍ଦିରା କଲୋନୀ ସ୍ଥିତ ବିଦ୍ୟାଳୟ ରେ ହେବାକୁ ଥିବା ବୁଥ ବୁଲି ଦେଖିଥିଲେ। ନିର୍ବାଚନ ସମୟରେ ଭୋଟ ଦେବାକୁ ଆସିଥିବା ଭୋଟର ଯେପରି କୌଣସି ଅସୁବିଧା ର ସମ୍ମୁଖୀନ ନହେବେ ତାକୁ ଦୃଷ୍ଟିରେ ରଖି ଉମରକୋଟ ବ୍ଲକ ଅଧୀନରେ ଥିବା ସମସ୍ତ ୧୨୨ ଟି ବୁଥ ର ଯାଞ୍ଚ କରାଯିବ ବୋଲି ଉମରକୋଟ ବିଡ଼ିଓ ପ୍ରତିରଞ୍ଜନ ରଥ ସୂଚନା ଦେଇଛନ୍ତି।ଏହି ସମୟରେ ଭୋଟର ଙ୍କ ଅନ୍ୟାନ୍ୟ ସୁବିଧା ଯେପରିକି ବିଜୁଳି, ରେମ୍ପ, ପାଣି,ଗୃହର ସ୍ଥିତି,ଭୋଟର ଙ୍କ ପାଇଁ ଛ।ମୁଡ଼ିଆ ସମସ୍ତ ସୁବିଧା ଅଛି କି ନାହିଁ ଦେଖିଥିଲେ।ଅନ୍ୟପଟେ ଉମରକୋଟ ବ୍ଲକ ଅଧୀନରେ ଥିବା ୧୨୨ଟି ବୁଥ ମଧ୍ୟରୁ ପ୍ରାୟ ୬୦ ରୁ ୭୦ ଟି ବୁଥ ଯାଞ୍ଚ ସରିଛି ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ବୁଥ ଯାଞ୍ଚ ସରିଯିବ ବୋଲି ବିଡ଼ିଓ ସୂଚନା ପ୍ରଦାନ କରିଛନ୍ତି।ବୁଥ ଗୁଡିକର ସ୍ଥିତି ଦେଖି ଖୁସି ବ୍ୟକ୍ତ କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ।ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପୁନିତ ରାମ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)