March 10, 2026

୧୧୪ କେ.ଜି.ଗଞ୍ଜେଇ ଚୋରା ଚାଲାଣ କରି ଗିରଫ ହେଲେ ଦୁଇ ଉତରପ୍ରଦେଶ ମାଫିଆ

9da4f1d7-476a-4fd6-ad4f-3dcbfde98541
Share

——ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ରୁମେଶ-ପରମାଗୁଡା ଅଞ୍ଚଳରେ ଅଡବା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କାରକୁ ସନ୍ଦେହ ଜନକ ଅବସ୍ଥାରେ ଅଟକାଇ ତଦନ୍ତ କରିଥିଲେ।ତଦନ୍ତ କରିବାରୁ ସେଥିରେ ଉତ୍ତର ପ୍ରଦେଶ ର ଫତେପୁର ଅଞ୍ଚଳ କୁ ନେଉଥିଲେ।ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ପୋଲିସ ଅଭିନସ ମୟୁରିୟା ଏବଂ ଦୀପକ କୁମାର କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ଅଡବା ଥାନା କେସ ନମ୍ବର-49/23 N D P S ଧାରା ରେ ଗିରଫ କରି କାର ସହ ଗୋଟିଏ ମଟର ସାଇକେଲକୁ ଜବତ କରିଛନ୍ତି।ଏହି ଚଡାଉ ରେ ଅଡବା ଥାନା ଏସ. ଆଇ. ଭାଗ୍ୟଲତା ଦାସ ଙ୍କ ସହ ତାଙ୍କ ଦଳ ସହଯୋଗ କରିଥିଲେ।ଏହି ଗଞ୍ଜେଇ ଜବତ ସମୟରେ ସ୍ଥାନୀୟ ତହସିଲଦାର ହିମାଂଶୁ ଭୂଷଣ ପଲାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପ୍ରକାଶ।