March 10, 2026

ବଡ଼ ବୋର୍ସିଂ ପଂଚାୟତରେ ସଂକୀର୍ତ୍ତନ ମଣ୍ଡଳୀର ସଚେତନତା କାର୍ଯ୍ୟକ୍ରମ…

6dp
Share

ବେଲଗୁଣ୍ଠା, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକକଳା ଏବଂ ଲୋକ ନାଟକ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି I ଏହି ଅବସରରେ ଆଜି କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଶ୍ରୀ ଶ୍ରୀ ଯଜ୍ଞନାରାୟଣ ସଂକୀର୍ତ୍ତନ ମଣ୍ଡଳୀର କଳାକାରଙ୍କ ଦ୍ୱାରା ବଡ଼ ବୋର୍ସିଂଗ୍ ପଂଚାୟତର ସାନ ବୋର୍ସିଂଗ୍ ଗ୍ରାମର ନୂଆଁ ସାହି ଏବଂ ବଡ଼ବୋର୍ସିଂ ଗ୍ରାମର ମଝିଦାଣ୍ଡରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି I ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ୍ ଯୋଜନା, ମମତା ଓ ହରିଶ୍ଚନ୍ଦ୍ର ଯୋଜନା,ମିଶନ୍ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସପିଟାଲ୍,କ୍ରୀଡ଼ା, ନବୀନ ଓଡ଼ିଶା, 5T ହାଇସ୍କୁଲ୍ ରୂପାନ୍ତରଣ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ, ଆମ ବ୍ୟାଙ୍କ୍,ଐତିହ୍ୟସ୍ଥଳୀ ବିକାଶ ଏବଂ ଲକ୍ଷ୍ମୀ ବସ୍ ସେବା ଭଳି ପନ୍ଦରଟି ସରକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା I ଏହିପରି ବ୍ଳକ୍ ର 90 ଟି ଗ୍ରାମରେ 47ଟି ଲୋକକଳା ସାଂସ୍କୃତିକ ଦଳ ଦ୍ୱରା 540 ଟି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ସାହୁ ସୂଚନା ଦେଇଛନ୍ତି I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)