March 12, 2026

ଗଜପତି:- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ : ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ .

IMG-20260129-WA0060
Share

 

ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପାନୀୟଜଳ ବିଭାଗ , ଧାନମଣ୍ଡି ସମେତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ ।

ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଲୋଚନା ହେବାକୁ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ମନ୍ତ୍ରୀ ଡାଃ ମହାଲିଙ୍ଗ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଓ ପୁଙ୍ଖାଙ୍ଖ ଭାବେ ସମୀକ୍ଷା କରିଥିଲେ । ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ରୂପାୟନ ଦେବା ପାଇଁ ଜିଲ୍ଲାର ସମସ୍ତ ସି: ଏଚା:ସି: ର ଚିକିତ୍ସାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ସେହିଭଳି ଜିଲ୍ଲାର ଜନସାଧାରଣଙ୍କୁ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ ହେଉଥିବା ସମସ୍ତ ମେଗା ପାଇପ ପ୍ରକଳ୍ପ ଗୁଡ଼ିକର ସମୟ ସୀମା ମଧ୍ୟରେ ସମାପ୍ତି କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

ଅନ୍ୟପକ୍ଷରେ ଜିଲ୍ଲା ଚାଷୀ ମାନଙ୍କ ଠାରୁ ସମୟ ସୀମା ମଧ୍ୟରେ ଧାନ କ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ଯୋଗାଣ ବିଭାଗ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ଜିଳସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ସୁଭଦ୍ରା ଯୋଜନା , ଶିକ୍ଷ୍ୟା ବିଭାଗ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସମେତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି କାର୍ଯ୍ୟକାରୀ ହେଉଥିବା ସମସ୍ତ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେତିଂ ସୋସାଇଟି:- ଓରମାସ ପକ୍ଷରୁ ଗୋହିଏ ଜିଲ୍ଲା ଗୋଟିଏ ଉତ୍ପାଦନ ପ୍ରୋତ୍ସାହନ ବିଷୟରେ ମଧ୍ୟ ସମିକ୍ଷାଲୋଚନା କରିଥିଲେ ।

ପରେ ମନ୍ତ୍ରୀ ଡାଃ ମହାଲିଙ୍ଗ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ କେରାଣ୍ଡି ଠାରେ ନିର୍ମିତ ହୋଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ସମୀକ୍ଷା ବୈଠକ ସମ୍ପର୍କରେ ଅଧିକ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଥିଲେ ଯେ , ଆଜି ବିସ୍ତୃତ ଭାବେ ଜିଲ୍ଲାର ପ୍ରାୟ ସମସ୍ତ ବିଭାଗର କାର୍ଯ୍ୟକ୍ରମ ଓ ତାର ଅଗ୍ରଗତି ଉପରେ ସମୀକ୍ଷା କରା ଯାଇଥିଲା। କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସନ୍ତୋଷ-ଜନକ ଥିଲେ ମଧ୍ୟ ଏଥିରେ ଆହୁରି ଅଧିକ ତ୍ବରାନ୍ବିତ ର ଆବଶ୍ୟକତା ରହିଛି । ଏଥି ସହିତ ସରକାରଙ୍କ ଯେଉଁ ସବୁ ଯୋଜନା କାର୍ଯ୍ୟକ୍ରମ ତଥା ଜନମଙ୍ଗଳ ଯୋଜନା ସବୁ ରହିଛି , ସେ ସବୁ ଠିକଠାକ ଭାବେ କାର୍ଯ୍ୟକାରୀ କରିବାକୁ ଆଶା ରଖି ପରାମର୍ଶ ଦେଇଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମିର ବିକାଶ ଏବଂ ଆବଶ୍ୟକୀୟ ଅଭାବୀ ସ୍ୱାସ୍ଥ୍ୟ ଅଧିକାରୀ , ଏହି ଦୁଇଟି ବିଷୟରେ ସମୀକ୍ଷା ସମୟରେ ଜିଲ୍ଲାର ୬ ଟା ସି:ଏଚ:ସି: କୁ ଆମେ ଆଇ:ପି:ଏଚ:ଏସ: ନର୍ମ କୁ ଅପଗ୍ରେଡ କରୁଛୁ । ତା ସହିତ ୨୧ ଟା ପି:ଏଚ:ସି: କୁ ମଧ୍ୟ ଅପଗ୍ରେଡ୍ କରାହେବ ।

ଜିଲ୍ଲାରେ ଥିବା ୧୪୯ ଟି ପଞ୍ଚାୟତରେ ଆମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଇଁ ଆମେ ନୂତନ କୋଠା ନିର୍ମାଣ ପାଇଁ ମଞ୍ଜୁର କରିଛୁ । ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ , ଯାହାକି ରହିଥିବା ୧୫୦ ବିଶିଷ୍ଟ ଶଯ୍ୟା ସଂଖ୍ୟା କୁ ବୃଦ୍ଧି କରାଯାଇ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ ପ୍ରଭୃତି କାର୍ଯ୍ୟକ୍ରମ ରହିଛି । ତା ସହିତ ଡାକ୍ତର ଓ ପାରା ମେଡିକାଲ ପଦବୀର ଯେଉଁ ଅଭାବ ରହିଛି , ଆମେ ତାର ସମାଧାନ ପାଇଁ ବିଗତ ଦିନରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କେତୋଟି ଡାକ୍ତର ଦିଆହୋଇଛି । ଆଗାମୀ ଦିନରେ ଯେଉଁ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ଆସିବେ , ତାକୁ ମଧ୍ୟ ବ୍ୟବସ୍ଥିତ କରାଯିବ। ।

ବର୍ତ୍ତମାନ୍ ରାଜ୍ୟ ସରକାରଙ୍କ ଏକ ନୂତନ ଯୋଜନା କାର୍ଯ୍ୟକ୍ରମ ରହିଛି , ଏଣିକି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସବୁବେଳେ ପି:ଜି:- ଡିପ୍ଲୋମା ପିଲା ୫/୬ ଜଣ ରହିବେ , ଏହା ହେବା ଦ୍ବାରା ତଳ ସ୍ତରରେ ଯେଉଁ ବିଶେଷଜ୍ଞ ଡାକ୍ତର ମାନଙ୍କ ଅଭାବ ରହିଛି , ସି:ଏଚ:ସି: ସ୍ତରରେ ତାକୁ ପୁରାଣ କରାଯିବ । ଏଥି ସହିତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ପାଇଁ ସରକାର ଏକ ଦୀର୍ଘମିଆଦୀ ଯୋଜନା କରିଛନ୍ତି ।

ଅନ୍ୟପକ୍ଷରେ ମହାପ୍ରୟାଣ ଗାଡ଼ି କ୍ଷେତ୍ରରେ ମନ୍ତ୍ରୀ ଡ଼ଃ ମହାଲିଙ୍ଗ କହିଥିଲେ ଯେ , ଅତିଶିଘ୍ର ୧୦୯ ନମ୍ବର ବିଶିଷ୍ଟ ଗାଡ଼ି କରାଯିବ ୧୦୮ ନମ୍ବର ଆମ୍ବୁଲାନ୍ସ ଗାଡ଼ି ଭଳି । ୧୦୯ ନମ୍ବରକୁ ଡ଼ାଏଲ କଲେ ଜିଲ୍ଲା ସଦର ମହକୁମା ଏବଂ ମେଡିକାଲ କଲେଜ ପାଖରେ ଏ ଗାଡ଼ି ରହିବ ଏବଂ ସମ୍ପୃକ୍ତଙ୍କ ଘରକୁ ସମ୍ମାନର ସହ ମାଗଣାରେ ଶବ ଗୁଡିକୁ ନେଇ ପହଞ୍ଚାଇବା ବ୍ୟବସ୍ଥା କରିବ । ଏହା ଆସନ୍ତା ୨/୩ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା , ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମହମ୍ମଦ ମୁବାରକ ଅଲ୍ଲୀ , ପୂର୍ତ୍ତ ଓ କୋଠାବାଡ଼ି ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ଅଭିଷେକ ସେଠୀ ପ୍ରମୁଖଙ୍କ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଏବଂ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————