March 11, 2026

ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଜନସଚେତନତା ଅଭିଯାନ

IMG-20260129-WA0053
Share

ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାରତୀୟ ମାନବାଧିକାର ପରିଷଦ ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର ଜିଲ୍ଲା ସଭାପତି କୁମାର ରେଡ୍ଡୀ ସ୍ୱାଗତ ସମ୍ଭାଷଣ ଦେବା ସହ ଅତିଥି ପରିଚୟ କରାଇଥିଲେ ତଥା ସଙ୍ଗଠନର ରାଜ୍ୟ ସମ୍ପାଦକ ହରିମୋହନ ପଟ୍ଟନାୟକ ଓ ରାଜ୍ୟ ଅଧ୍ୟକ୍ଷ ଏଲ. କେ. ପାଢ଼ୀ ଉପସ୍ଥିତ ଜନତାଙ୍କୁ ବିଭିନ୍ନ ଅଧିକାର ବିଷୟରେ ସଚେତନ କରାଇଥିଲେ। ପରେ ଏ ଅବସରରେ ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ କିଛି ସ୍ବେଚ୍ଛାସେବୀଙ୍କୁ ମାନପତ୍ର ତଥା ପରିଚୟ ପତ୍ର ଅତିଥିଙ୍କ ଉପସ୍ଥିତିରେ ବଣ୍ଟାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ରାଜ୍ୟ ଅଧ୍ୟକ୍ଷ ଲୋକନାଥ ମିଶ୍ର, ସଂଗ୍ରାମ ମହାରଣା ତଥା ସୁବ୍ରତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।