August 7, 2026

ବାବାଜୀ ଚରଣ ରାଉଳ ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ..

IMG-20260129-WA0031
Share

        ତିର୍ତ୍ତୋଲ,     ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତ ଅତିଥି ମାନେ ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଦିବଂ ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ତାଙ୍କର ଦୁଇ ପୁତ୍ର ନବ କୁଶ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ପରେ ଯୁବସମାଜ ସେଵୀ ନୃସିଂହ ଚରଣ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ସ୍ମୃତିସଭାରେ, ରଞ୍ଜନ କୁମାର ନାୟକ, ନିରୁପମା ନାୟକ, ପ୍ରଦୀପ କୁମାର ଦାସ, ଚାରୁଲତା ଦାସ, କମଳାକାନ୍ତ ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, ଦିଲ୍ଲୀପ କୁମାର ରାଉଳ, ସସ୍ମିତା ରାଉଳ, ପ୍ରଦୀପ ରାଉଳ, ସାବିତ୍ରୀ ରାଉଳ, ପ୍ରକାଶ ଦାସ, ସୁବାଷ ଦାସ ପ୍ରମ୍ମୁଖ, ଯୋଗଦେଇ ସ୍ୱର୍ଗତ ବାବାଜୀ ଚରଣ ରାଉଳ କିପରି ଜଣେ କର୍ତ୍ତବ୍ୟ ନିଷ୍ଠ ପୋଲିସ ଥିଲାବେଳେ, ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରିଥିଲେ, ସେ ବିଷୟରେ ନିଜ ନିଜର ଅନୁଭୂତି ଓ ଅନୁଭବ ର କଥା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ କନକପୁରର ପୂର୍ବତନ ସରପଞ୍ଚ ନମିତା ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed