ଗୁରୁକୃପା ରେ ଜୀବନଚର୍ଯ୍ୟା ଶିବିର ଅନୁଷ୍ଠିତ
ଆଜି ବେଦାନ୍ତକେଶରୀ ଶ୍ରୀନିରଞ୍ଜନଜୀ ମହାରାଜଙ୍କ ଆଦର୍ଶରେ ତଳଜଙ୍ଘ ଠାରେ ଗଢି ଉଠିଥିବା ” ଗୁରୁକୃପା ଶିକ୍ଷକେନ୍ଦ୍ର ” ଆନୁକୂଲ୍ୟରେ ଏକ ଜୀବନଚର୍ଯ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପଚାଶ ଜଣ ବିଦ୍ୟାର୍ଥୀ ଙ୍କ ସହିତ ଅଭିଭାବକ ଅଂଶଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ତ,ସାହିତ୍ୟିକ, ନାଟ୍ୟକାର ତଥା ବେଦାନ୍ତ ବିଦ୍ୱାନ ପ୍ରଫେସର ରମେଶ ଦାସ ଯୋଗଦାନ କରି ଜୀବନ ଜିଇଁବାର କଳା ଏବଂ ମୁଁ କିଏ? ଆନନ୍ଦ ରେ ବଞ୍ଚୁଛି ଏହି ବିଷୟରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଆଚାର୍ଯ୍ୟ ରଜନୀକାନ୍ତ ମହାରାଜ,ମହନ୍ତ ଗଦାଧର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଭରତ ସେନାପତି ମଣିଷ କିଭଳି ମାନସିକ ଶାନ୍ତି, ଶାରୀରିକ ସୁସ୍ଥତା, ସାମାଜିକ ଶାନ୍ତିକୁ ଦ୍ରୁତଗତିରେ ହରାଉଛି ସେ ବିଷୟରେ ଦୃଢ଼କ୍ତି ପ୍ରକାଶ କରିଥିଲେ l ଶିକ୍ଷାକେନ୍ଦ୍ର ର ବିଦ୍ୟାର୍ଥୀ ମାନଙ୍କୁ ମାନସିକ ଶିକ୍ଷା, ଶାରୀରିକ ଶିକ୍ଷା ଓ ସୌକ୍ଷିକ ଶିକ୍ଷା ବିଷୟରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଯୁବ ସମାଜସେବୀ ଅବସରପ୍ରାପ୍ତ BSF ଯବାନ ଶିବନାରାୟଣ ଜେନା ଏବଂ ପ୍ରସନ୍ନ ରାଉତ ଯୋଗଦାନ କରି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
