ଦୀର୍ଘ ୫୦ ବର୍ଷପରେ ବନ୍ଧୁମିଳନ ସହିତ ବଣଭୋଜି ..

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ପର୍ଯ୍ୟଟନ ଋତୁ ସର୍ବଦା ରହିଛି ଯେବେ ଥିବ ହୃଦେ ଭାବ, ଅଭୁଲା ସ୍ମୃତିର ସାଉଁଟା ସପନ ମିଳନ ଗୀତି ଗାଇବ l ଏହିପରି ମିଳନ ର ପର୍ବ ମନେଇଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କନିମୂଳ ସ୍ଥିତ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ୧୯୭୬ ମସିହା ର ତତ୍କାଳୀନ ସହପାଠୀ ବନ୍ଧୁମାନେ l ଏହି ବନ୍ଧୁମିଳନର ଆୟୋଜକ ମାନେ ଥିଲେ ଉମାକାନ୍ତ ଦାଶ , ଅରୁଣ କୁମାର ବରାଳ, ଅଭୟ କୁମାର ସାହୁ,ଅକ୍ଷୟ କୁମାର ଦାସ ଏବଂ ସିଦ୍ଧେଶ୍ବର ବେହେରା l ଅନ୍ୟ ବନ୍ଧୁ ମାନଙ୍କ ମଧ୍ୟରେ ସମର୍ଥନ ସହିତ ଯୋଗ ଦେଇଥିଲେ, ରବୀନ୍ଦ୍ର କୁମାର ସାହୁ, ଶଙ୍କର ଚରଣ ରାଉଳ,ତପନ କୁମାର ଦାସ, ସଞ୍ଜୟ ନାୟକ, ମୁରଲୀଧର ସେଠୀ,ଅଶୋକ କୁମାର ମହାନ୍ତି, ଲୋକନାଥ ଖୁଣ୍ଟିଆ,ଜଗବନ୍ଧୁ ସୁତାର, ଶ୍ରୀଚରଣ ମହାପାତ୍ର,ସୋମନାଥ ପତି, ପ୍ରଭାତ ସାହୁ,କେଶବ ପାଣି, ରମେଶ ବେହେରା,ବାସୁଦେବ ରାଉତ, ଏବଂ ଦୁଇଜଣ ବାନ୍ଧବୀ ସବିତା ପତି, ପୁଷ୍ପଲତା ସାହୁ l ମହାନଦୀ ବେଳାଭୂମି ସବୁଜ ବୃକ୍ଷରାଜି ମେଳରେ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଚାଲିଥିଲା ବଣଭୋଜୀ l ଦୀର୍ଘ ୫୦ ବର୍ଷ ବ୍ୟବଧାନ ପରେ ନିଜ ସହପାଠୀ ମାନଙ୍କୁ ପାଖରେ ପାଇ ଉତଫୁଲ୍ଲିତ ହୋଇ ଯାଇଥିଲେ ବନ୍ଧୁମାନେ । ସବୁଠୁଁ ଆମୋଦ ଦାୟକ ଥିଲା ଆକାଶବାଣୀ କଳାକେନ୍ଦ୍ର ର ତବଲିଷ୍ଟ ଲୋକନାଥ ଖୁଣ୍ଟିଆ ଙ୍କ ସଂଗୀତ ଗାୟନ । ଅଳିଅଝଟ ର ବୟସ ନଥିଲେ ବି ପରସ୍ପର ମଧ୍ୟରେ ଚାଲିଥିଲା ମଜା ମଜଲିସ । ନିଜନିଜର ଜୀବିକା ଜୀବନର ଶେଷ ପାହାଚରେ ଛିଡା ହୋଇ ମଧ୍ୟ ବହୁ ଖୁସୀ ବାଣ୍ଟୁଥିଲେ ସବୁଜ ବନାନୀର ହାଲକା ଛାଇରେ । ଆମ ନ୍ୟୂଜ ମାଧ୍ୟମରେ ଅନ୍ୟ ସହପାଠୀ ମାନଙ୍କ ଅଭିନନ୍ଦନ ଜଣେଇବା ସହିତ ଆଗାମୀ ବର୍ଷ ବନ୍ଧୁମିଳନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
