May 11, 2026

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପକ୍ଷରୁ ପ୍ରକାଶିତ ‘ଓଡ଼ିଆ’ ମୁଖପତ୍ରକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ

IMG-20250129-WA0028
Share

 

ଭଞ୍ଜବିହାର,29/1 : ନିକଟରେ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଥିବା ପ୍ରଥମ ଅନ୍ତର୍ଜାତିକ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ପ୍ରକାଶିତ 230 ପୃଷ୍ଠା ସମ୍ୱଳିତ ଭାଷା ସମ୍ମିଳନୀ ମୁଖପତ୍ର ‘ଓଡ଼ିଆ’କୁ ବୁଧବାର ପୂର୍ବାହ୍ନରେ ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି। ପ୍ରକାଶଥାଉକି ଉକ୍ତ ମୁଖପତ୍ରଟିରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ, ପ୍ରାଚୀନ ପତ୍ର ପ୍ରତିକାର ଚିତ୍ର ସମ୍ୱଳିତ ଇତିହାସ ପ୍ରାଚୀନ କାବ୍ୟ କବିତା, ତାଳପତ୍ର ପୋଥି, ସଂଗୀତ ସହିତ ଓଡ଼ିଆ ଅସ୍ମିତାର ଝଲକ ସ୍ଥାନ ପାଇଛି। ଏହାକୁ ଗ୍ରହଣ କରି କୁଳପତି ପ୍ରଫେସର ଦାଶ ଆନନ୍ଦିତ ହେବା ସହ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ଯୁଗ୍ମ ସଚିବ ଡ଼. ବାବୁଜୀ ସାମଲ, କୁଳପତିଙ୍କ ବ୍ୟକ୍ତିଗତ ସଚିବ ଏ. ସୂର୍ଯ୍ୟ ପ୍ରକାଶ, ସାମ୍ୱାଦିକ ରଂଜନ କୁମାର ସାହୁ, ସୁଶାନ୍ତ କର, କେ. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।