September 26, 2026

୧୯୬୩ମସିହାରେ ନେମାଳ ଦାସ ମଠ ନାରାୟଣ ସାମନ୍ତରାୟଙ୍କୁ ପଚାଶ ଡ଼ିସିମିଲ ଜାଗାର ସ୍ଥାୟୀପଟା ପ୍ରଦାନ କରିଥିଲେ

IMG-20250129-WA0025
Share

       ୧୯୬୩ମସିହାରେ ନେମାଳ ଦାସ ମଠ ନାରାୟଣ ସାମନ୍ତରାୟଙ୍କୁ ପଚାଶ ଡ଼ିସିମିଲ ଜାଗାର ସ୍ଥାୟୀପଟା ପ୍ରଦାନ କରିଥିଲେ l ବର୍ତମାନ ସେହି ଜାଗା ନିଶାଖୋରଙ୍କ ଆଡାସ୍ଥଳୀ ଜମିବା ସହିତ ସାଧାରଣ ବସ୍ତି ବାସିନ୍ଦାଙ୍କ ପାଇଁ ମୁକ୍ତାକାଶ ଶୌଚାଳୟ ଭାବେ ବ୍ୟବହାର କରାଯାଉଥିଲା l ତେଣୁ ନାରାୟଣ ସାମନ୍ତରାୟଙ୍କ ନାତି ବିରଞ୍ଚି ଶେଖର ସାମନ୍ତରାୟ ସେହି ଜାଗାକୁ ପରିଷ୍କାର କରି ତାରବାଡ଼ ବୁଲାଉଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହା ଜଗନ୍ନାଥଙ୍କ ସମ୍ପତ୍ତି ଏହାକୁ ବିକ୍ରି କରିବା ଉଦେଶ୍ୟ ରେ ବିରଞ୍ଚି ଶେଖର ସାମନ୍ତରାୟ ଏଭଳି କରୁଛନ୍ତି ବୋଲି 2 ସମ୍ପଦ ଠାରୁ ଆରମ୍ଭ କରି ସମ୍ପତ୍ତି ପର୍ଯ୍ୟନ୍ତ ସମସ୍ତ ଜାଗାରେ ଲୁଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ କିନ୍ତୁ ନେମାଳ ଦାସ ମଠରୁ ପଚାଶ ଡ଼ିସିମିଲ ଜାଗାର ସ୍ଥାୟୀ ପଟା ମିଳିଥିବା ସତ୍ୱେ, ଆମ ସମ୍ପତ୍ତି କୁ ସୁରକ୍ଷା ଦେବା ନିମନ୍ତେ ପରିଷ୍କାର କରି ସ୍ଥାୟୀ ବାଡ଼ ବୁଲାଇବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡା ଥାନାରେ କଣପାଇଁ ଅଭିଯୋଗ କରାଗଲା ଏବଂ କୁମ୍ଭାରପଡା ଥାନା ପକ୍ଷରୁ ମୋ ଜାଗାକୁ ଆସି ତଦନ୍ତ କରିବା କେତେଦୂର ଠିକ ବୋଲି କହିଛନ୍ତି ବିରଞ୍ଚି ଶେଖର ସାମନ୍ତରାୟ l ଆଗକୁ ଦେଖିବାକୁ ରହିଲା ଏହି ପଚାଶ ଡ଼ିସିମିଲ ଜାଗାର ଅଧିକାରୀ ହେଉଛି କିଏ ଶ୍ରୀମନ୍ଦିର ପ୍ରଶାସନ ନା ପଚାଶ ଡ଼ିସିମିଲ ଜାଗାର ପ୍ରକୃତ ପଟା ରଖି ଖଜଣା ଦେଉଥିବା ହିତାଧିକାରୀ ବିରଞ୍ଚି ଶେଖର ସାମନ୍ତରାୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed