ଦିବ୍ୟଦର୍ଶନ ସଂଘର ୨୬ତମ ସାଧନା ଶିବିର ଅନୁଷ୍ଠିତ…
ବୁଗୁଡ଼ା : ସ୍ଥାନୀୟ କୁବେରେଶ୍ବର ମନ୍ଦିର ରୋଡସ୍ଥିତ ଦିବ୍ଯଦର୍ଶନ ଆଶ୍ରମ ପରିସରରେ ଦିବ୍ଯ ଦର୍ଶନ ସଂଘର ଷଡବିଂଶ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚର୍ତୁଃଦିବସୀୟ ସାଧନା ଶିବିରରେ ଶହ ଶହ ଶ୍ରଦ୍ଧାଳୁ ଶିବିରାର୍ଥୀ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ବିଶ୍ବନାଥ ପ୍ରଧାନ , ସୁନାରାମ ମାଝୀ , କେଶବ ସେଠୀ , ସତ୍ଯନାରାୟଣ ପାତ୍ର , ରବିନ୍ଦ୍ରନାଥ ମହାନ୍ତି , ଟି.ନିରଞ୍ଜନ ଆଚାରୀ ଓ ପ୍ରଭାକର ପ୍ରଧାନ ପ୍ରମୁଖ ଆଧ୍ଯାତ୍ମିକବାଦୀ ପ୍ରବକ୍ତାଗଣ ଯୋଗ ଦେଇ ସଦଗୁରୁ ଶ୍ରୀ ଅର୍ଜୁନ ଓ ଦିବ୍ଯଦର୍ଶନ , ସୃଷ୍ଟି ତତ୍ତ୍ବ , ସତ୍ଯ ଓ ଚେତନା , ଗୁରୁଶକ୍ତି , କର୍ମଫଳ ସିଦ୍ଧାନ୍ତ ଓ ପୁନର୍ଜନ୍ମ , ଆତ୍ମଜ୍ଞାନ , ସୂକ୍ଷ୍ମ ଦର୍ଶନ , ସୁଖଶାନ୍ତି ପ୍ରାପ୍ତ ମାର୍ଗ , ପରିବର୍ତ୍ତନ ତଥ୍ଯ , ଭଗବାନ ପ୍ରାପ୍ତିର ସରଳ ଉପାୟ , ଆଧ୍ଯାତ୍ମିକତାର ଆବଶ୍ୟକତା, ଶୂନ୍ଯ ଉପାସନା ଆଦି ବିଷୟରେ ଆଲୋକପାତ କରିଥିଲେ । ଏ ଅବସରରେ ଯୋଗାସନ ଓ ପ୍ରାଣାୟମର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ମଧ୍ୟ ଯୋଗ ଦେଇ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ । ଆଦିପୁର ଦିବ୍ଯଦର୍ଶନ ସଂଘ ପକ୍ଷରୁ ସଭାପତି ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ସାଧନା ଶିବିର ପରିଚାଳନାରେ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।