November 21, 2024

ପୁଅ ବଡ ହୋଇ ବାପା ମାଙ୍କ ସ୍ୱୋପ୍ନ ସାକାର କରିବ ବୋଲି ସମସ୍ତ ବାପା ମା ଆଶା ବାନ୍ଧି ବସିଥାନ୍ତି …

Share

ପୁଅ ବଡ ହୋଇ ବାପା ମାଙ୍କ ସ୍ୱୋପ୍ନ ସାକାର କରିବ ବୋଲି ସମସ୍ତ ବାପା ମା ଆଶା ବାନ୍ଧି ବସିଥାନ୍ତି ।ସବୁ ବାପା ମା ଙ୍କ ଇଚ୍ଛା ଶେଷ ବେଳରେ ପୁଅ ତାଙ୍କ ମୁହଁରେ ନିଆଁ ଦେଉ ।ହେଲେ ବାପା ମା ଥାଉ ଥାଉ ପୁଅ ଯଦି ପାଲଟି ଯାଏ ରୋଗାକ୍ରାନ୍ତ ,ସେଥିରେ ସମସ୍ତ ବାପା ମା ଙ୍କ ଆଖିରୁ ନିଦ ହଜିଯାଇଥାଏ ।ନିଜକୁ ବେସାହାରା ଲାଗିଥାଏ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ ।ଯେଉଁଠି ମରଣ ସହ ସଂଗ୍ରାମ କରୁଛି ପୁଅ, ପୁଅ ର ବୋଝ ସମ୍ଭାଳିବା ବାପା ମା ଙ୍କ ପାଇଁ ହୋଇ ପଡ଼ିଛି କଷ୍ଟକର ।ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ଧାରକୋଟ ଗ୍ରାମର ଅଭିଜିତ ମିଶ୍ର ଙ୍କ ସହ ଘଟିଛି।ଅଭିଜିତ ଦୀର୍ଘଦିନ ହେବ କିଡିନି ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ପ୍ରତ୍ୟୁକ ସପ୍ତାହରେ ତିନି ଥର ଡାଇଲୋସିସ କରାଯାଉଛି।ହେଲେ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ହେବା ନିମନ୍ତେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ମା ଙ୍କ ପାଦତଳୁ ମାଟି ଖସିଗଲା ପରି ଲାଗିଥିଲା ।ପୁଅ ର ଜୀବନ ବଞ୍ଚାଇବା ନିମନ୍ତେ ବାପା ମା ଅନେକ ନେତା ମନ୍ତ୍ରୀ ଙ୍କ ସହ ସରକାରୀ ବାବୁ ମାନଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।ତେଣୁ ତାଙ୍କର ଦୁଃଖ ଦେଖି କେହି ସହୃଦୟ ବ୍ୟକ୍ତି ଏହାକୁ ସୋସିଆଲ ମିଡ଼ିଆ ରେ ଛାଡିଥିଲେ ।ଏହାପରେ ତାଙ୍କ ନିକଟକୁ ଅନେକ ସହଯୋଗର ହାତ ବଢ଼ାଇବାକୁ ରାଜି ହୋଇଥିଲେ ।ଏହାକୁ ଦେଖିବାପରେ ପୁରୀର ଜଣେ ସମାଜସେବୀ ଅରୁନ୍ଧତୀ ବେହେରା ତାଙ୍କ ସହ ଯୋଗାଯୋଗ କରି ସମସ୍ତଙ୍କୁ ସହଯୋଗ କରିବା ନିମନ୍ତେ ନେହୁରା ହେବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଅଭିଜିତ ର ଆଶୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଯୋଳନ କରିଥିଲେ ।ଅଭିଜିତ ଖୁବ୍ ଶୀଘ୍ର ଭଲ ହୋଇଯିବ,ତାକୁ ସହଯୋଗ କରିବାକୁ ଅନେକ ଲୋକ ଆଗେଇ ଆସିଛନ୍ତି ତେଣୁ ତାଙ୍କ ବାପା ମା ଏଥି ନିମନ୍ତେ ବ୍ୟସ୍ତ ନହେବାକୁ ସମାଜସେବୀ ଆଶ୍ୱାସନା ଦେଇଛନ୍ତି ।ଅଭିଜିତ ଭଲ ହେଇ ଘରକୁ ଫେରିବା ପରେ ପୁନର୍ବାର ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ଜାଳି ଧନ୍ୟବାଦ୍ ଜଣାଇବେ ବୋଲି ସମାଜସେବୀ ଗଣମାଧ୍ୟମ କୁ କହିଛନ୍ତି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed