November 21, 2024

ନୂଆଁ – ଓ ,ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବର ଉଦଯାପନୀ ଦିବସ ପାଳିତ..

Share

ମlଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ – ଓ, ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା, ବିଶ୍ବ ଓଡିଆ ସାହିତ୍ୟ ସମ୍ମିଳନୀ ର ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି.ଏହି ଅବସରରେ ଶିକ୍ଷା ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିବା ସହ ଓଡିଆ ଭାଷାର ମହତ୍ତ୍ଵ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଅଭିଭାଷଣ ଦେଇଥିଲେ. ଓଡିଆ ଅଧ୍ୟାପକ ଶ୍ରୀ କାହ୍ନୁ ଚରଣ ଦାଶ ବେଦପାଠ ପଠନ କରିଥିବା ବେଳେ,ନୋଡାଲ ଅଫିସର ଶ୍ରୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ .ମୁଖ୍ୟ ବକ୍ତା ଭାବେ ଜନତା ମହାବିଦ୍ୟାଳୟର ଅଧ୍ୟାପକ ଡ.ହିମାଂଶୁ ଶେଖର ରଥ ଉତ୍କଳୀୟ ସଂସ୍କୃତି ତଥା ଶ୍ରୀ ଜଗନ୍ନାଥଙ୍କ ଅପlର ମହିମାକୁ ବିଭିନ୍ନ କlବ୍ୟିକ ରୀତିରେ ସୁସଂଯୋଜନl କରି ଉପସ୍ଥାପନା କରିଥିଲେ.ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଢ଼ୀ ଓଡ଼ିଆ ସାହିତ୍ୟର ଭୂମିକା ସହ ରୀତିଯୁଗର ସାହିତ୍ୟ ଏବଂ ରୋମାଣ୍ଟିକ ସାହିତ୍ୟ ଉପରେ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ.ଉପସ୍ଥିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ବେଡଜ, ଉପଢୌକନ ମାଧ୍ୟମରେ ସମ୍ବର୍ଦ୍ଧନା କରାଯାଇଥିଲା.ସମସ୍ତ ଅତିଥି ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ଵାରା ଉପକୃତ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା.ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ, ଡ.ପ୍ରିୟବ୍ରତ ପ୍ରଧାନ, ପ୍ରଜ୍ଞା ପରମିତା ସାହୁ,ସନ୍ତୋଷ କୁମାର ଗୌଡ଼, ସୁରେଶ କାନ୍ତ ଜେନା,ଅର୍ଚ୍ଚନା ମୁନି, ସଂଯୁକ୍ତା ପlତ୍ର ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ. ପରିଶେଷରେ ଅଧ୍ୟାପକ କାହ୍ନୁ ଚରଣ ଦାଶ ଧନ୍ୟବାଦ ପ୍ରଦାନ କରିବା ସହ ,ସଭା ସାଙ୍ଗ କରାଯାଇଥିଲା .

You may have missed