ଗୋପ ର ବେଗୁନିଆ ଛକ ଠାରେ ମହାବୀର ଯାତ୍ରା କମିଟି ଦ୍ଵାରା ଯାତ୍ରା ଓ ମୀନା ବଜାର ର ଆୟୋଜନ କରାଯାଇଛି…
ଗୋପ ର ବେଗୁନିଆ ଛକ ଠାରେ ମହାବୀର ଯାତ୍ରା କମିଟି ଦ୍ଵାରା ଯାତ୍ରା ଓ ମୀନା ବଜାର ର ଆୟୋଜନ କରାଯାଇଛି l ଏହା ପଞ୍ଚା ଦିନ ଧରି ଅନୁଷ୍ଠିତ ହେଵ ପ୍ରଥମ ଉଦ୍ଘାଟନ ଉତ୍ସବ ରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସ୍ଥଳେ ନିକଟସ୍ଥ ବିନାୟକ ଇଂରାଜୀ ମିଡିୟମ ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଉ ଦ୍ୱତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଗୋପ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଜିତୁ ମହାନ୍ତି ଯୋଗ ଦେଇଥିବା ସ୍ଥଳେ ସମ୍ମାନୀତି ଅତିଥି ଭାବେ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ,ପୂର୍ବତନ ଗୋପ କଲେଜ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ପୂର୍ବତନ ଯୁବନେତା ପ୍ରଶାନ୍ତ କୁମାର ସେନାପତି ଅନୁଷ୍ଠାନ ର ସଭାପତି ନିରଞ୍ଜନ ସାହୁ ପ୍ରଭୁତି ଉପସ୍ଥିତ ଥିଲେ l ଉକ୍ତ ସଭା କାର୍ଯ୍ୟ କୁ ଖୁବ ସୁନ୍ଦର ଡ଼ଙ୍ଗୀରେ ପରିଚାଳନା କରିଥିଲେ ଗୋପ ଅଞ୍ଚଳ ବରିଷ୍ଠ ମଞ୍ଚ ପରିଚାଳକ ସଂଗ୍ରାମୀ କେଶରୀ ଭୋଳ l ହଜାର ହଜାର ସଂଖ୍ୟକ ଦର୍ଶକ ଙ୍କ ଗହଣରେ ନିମାପଡା ନିର୍ବାଚନ ମଣ୍ଡଳୀର ଆଗାମୀ ଉଜ୍ୱଳ ମୟ ତାରକା ଜିତେନ୍ଦ୍ର ମହାନ୍ତି ଙ୍କୁ ଦେଖିବା ପାଇଁ ଉକ୍ତ ଅଞ୍ଚଳେ ବିଶାଳ ଜନ ସମାବେଶ ହୋଇଥିଲା l ଭାଷଣ ପ୍ରସଙ୍ଗରେ ପ୍ରଭୁ ଶ୍ରୀରାମ ଓ ରାବଣ ଙ୍କ ଚରିତ୍ର କୁ ନେଇ ସୁନ୍ଦର ମତାମତ ଉପସ୍ଥାପନା କରିଥିଲେ l ଯାହାଫଳରେ ଉପସ୍ଥିତ ଥିବା ସମସ୍ତ ଜନତା ମାନେ ମୁଗ୍ଧ ହେଇଯାଇଥିଲେ l
(ଏହିଠାରେ ଜିତେନ୍ଦ୍ର ଙ୍କ ଭାଷଣ ର କିଛି ଅଂଶ ରଖିବ )
ଗତ କାଲି ନିମାପଡା ଠାରେ ଥିବା ରାସ୍ତା କଡରେ ଥିବା ଶତାଧିକ ବ୍ୟବସାୟୀ ଙ୍କୁ ଉଛେଦ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା l ଯାହାଫଳରେ କୀ ବିସ୍ଥାପିତ ମାନେ ନିଜର ଜୀବିକା ହରାଇ ବିନା ଛାତ ତଳେ ଖରା କାକର ରେ ବସି ନିଜର ପରିବାର ପୋଷଣ କରୁଥିବାରୁ ସମାଜସେବୀ ଜିତୁ ମହାନ୍ତି ଙ୍କ ଦ୍ଵାରା 2 ଶହ ଦୋକାନୀ ଙ୍କୁ ଗୋଟେ ଗୋଟେ ଷ୍ଟଲ ଛତା ପ୍ରଦାନ କରାଯସିଥିଲା l ଏଥିପାଇଁ ଜିଲ୍ଲା ପ୍ରଶାସନ ଙ୍କ ଠାରୁ ରାଜ୍ୟ ସରକାର ଙ୍କ ପାଖରେ ଦାବୀ ଉପସ୍ଥାପନା କରିଛନ୍ତି l ଯେପରି ବିସ୍ଥାପିତ ଙ୍କୁ ଏକ ବେଣ୍ଡିଙ୍ଗ ଜୋନ ଦ୍ଵାରା ସମସ୍ତ ବିସ୍ଥାପିତ ଙ୍କୁ ଗୋଟେ ଗୋଟେ କ୍ୟାଭିନ ପ୍ରଦାନ କରିବାପାଇଁ ଦାବୀ ଉପସ୍ଥାପନା କରିଛନ୍ତି l ବିଭାଗୀୟ ଅଧିକାରୀ ଏଥିପ୍ରତି ମଧ୍ୟ ଏକ ସୁବ୍ୟବସ୍ଥା କରିବେ ଆସନ୍ତା 14 ଦିନ ରେ ବୋଲି ସ୍ପଷ୍ଟ କରିଛନ୍ତି l ସେଥିପାଇଁ ଗୋପ ନିମାପଡା ଅଞ୍ଚଳ ବାସୀଙ୍କ ପକ୍ଷରେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଏହିଭଳି ଅନେକ ଗରିବ ଓ ଅସହାୟ ଙ୍କୁ ସହାୟତା ର ହାତ ବଡ଼ଉଥିବାରୁ ନିର୍ବାଚନ ମଣ୍ଡଳୀ ରେ ଆକର୍ଷଣ ର କେନ୍ଦ୍ରବିନ୍ଧୁ ପାଲଟିଛନ୍ତି ଜିତୁ ମହାନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)