March 11, 2026

୪୩ତମ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ -୨୦୨୩

IMG-20230129-WA0012
Share

 

ବୋଲଗଡ଼,୨୯/୦୧(ଉପାନ୍ତ ଓଡିଶା) ବୋଲଗଡ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରଷ୍କାର ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀଙ୍କ ସଭାପତିତ୍ବରେ ଓ ଅତିଥି,ଶିକ୍ଷକ ମାନଙ୍କ ଗହଣରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ଉତ୍ତମ ହେବାର ଦିଗ ଦର୍ଶନ, ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା,ବୃଧାଅବସ୍ତାରେ ପିତାମାତା ଙ୍କୁ ହତାଦର ନକରି ତାଙ୍କର ସେବା କରିବା ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)