March 10, 2026
IMG-20251228-WA0007
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ, ବଡ଼କୁଟ୍ରୁ ଫାଣ୍ଡି ଅଧିନସ୍ଥ ଗୁନଗୁନିଆ ଗ୍ରାମରେ, ଗତକାଲି ସନ୍ଧ୍ୟାରେ ମୂଖିଗୁଡା ଠାରୁ ସମ୍ବଲପୁରକୁ ଚଳାଚଳ କରୁଥିବା ଏକ ସରକାରୀ ବସ (ଓଡି ୧୫ ଜେ ୫୮୧୧) ରାସ୍ତାରେ ଯାଉଥିବା କେଶବ ହଂସ ନାମକ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ, ସ୍ଥାନୀୟ ଲୋକେ ବାଧ୍ୟ ହୋଇ କଲ ମପୁର ଥାନା ଏବଂ ବଡ଼କୁଟ୍ରୁ ଫାଣ୍ଡିକୁ ଜଣାଇଥିଲେ। ଏହାପରେ କଳମପୁର ପୋଲିସ ଓ ବଡ଼କୁଟ୍ରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ କଳମପୁର ପୋଲିସ ବୃଦ୍ଧଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ, ବଡକୁଟ୍ରୁ ପୋଲିସ ଦୁର୍ଘଟଣାର ପ୍ରାଥମିକ ତଦନ୍ତ କରି ବସଟିକୁ ଛାଡିଦେଇଥିବା ଜଣାପଡିଛି।