March 10, 2026

ଦୁବାଇ ରେ ବିକ୍ରୀ ଆରମ୍ଭ ହେଲା ଉମରକୋଟ ର ପନିପରିବା……

IMG-20251228-WA0006
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଞ୍ଚଳ ରୁ ପ୍ରତିଦିନ କଲିକତା, ଭୁବନେଶ୍ୱର, କଟକ, ହାଇଦ୍ରାବାଦ, ରାୟପୁର, ବ୍ରହ୍ମପୁର, ବିଶାଖାପାଟଣା ଇତ୍ୟାଦି ସହର କୁ ପ୍ରତିଦିନ ପନିପରିବା ଯାଇ ସେଠୀ ବିକ୍ରୀ ହେଉ ଥିବା ବେଳେ ବର୍ତମାନ ଏହି ଅଞ୍ଚଳ ର ପନିପରିବା ସୁଦୂର ଦୁବାଇ ରେ ଆଜି ଠାରୁ ବିକ୍ରୀ ଆରମ୍ଭ ହେଇ ଯାଇଛି। ସବୁ ଠାରୁ ଆଶ୍ଚର୍ଯ୍ୟ ଘଟଣା ହେଲା ଏହି ଅଞ୍ଚଳ ର ପନିପରିବା ଦୁବାଇ ରେ ପହଞ୍ଚିବ। ମାତ୍ରେ ସଙ୍ଗେ ସଙ୍ଗେ ବିକ୍ରୀ ହେଇ ଗଲା। ଫଳ ରେ ପରିବ। ପଠାଇଥିବା ଚାଷୀ ମାନଙ୍କ ଖୁସି କହିଲେ ନ ସରେ। ଉମରକୋଟ ଅଞ୍ଚଳ ର ୪ ଜଣ ଓ ରାଇଘର ଅଞ୍ଚଳ ର ଜଣେ ଏପରି ମୋଟ ୫ ଜଣ ଚାଷୀ ଏଥି ପୂର୍ବରୁ ଭୁବନେଶ୍ୱର ର ବିଗ ବ।ସ୍କେଟ, ରିଲାଏନ୍ସ ଫ୍ରେସ, ଇନ୍ଷ୍ଟା ମାର୍ଟ ସହ ଚୁକ୍ତି କରି ଏଠାରୁ ପରିବା ପଠାଇ ବିକ୍ରୀ କରିଥିବା ବେଳେ ବର୍ତମାନ ଏହି ଚାଷୀ ମାନେ ସୁଦୂର ଦୁବାଇ କୁ ନିଜ ପରିବ। ବିକ୍ରୀ କରି ଭଲ ଟଙ୍କ ରୋଜଗାର କରିବା ଆରମ୍ଭ କଲେଣି। ବୁଧବାର ଦିନ ମୋଟ ୧ ହଜାର କେଜି ପନିପରିବା ଏଠାରୁ ବସ ଯୋଗେ ଭୁବନେଶ୍ୱର ଯାଇଥିଲା।।ସେଥି ମଧ୍ୟରୁ କୁନ୍ଦୁରୁ ୨୦୦ କେଜି, ଛୋଟ ଆଳୁ ୧୬୦ କେଜି, ପୋଟଳ ୧୬୦ କେଜି, ରସୁଣ ୨୦୦ କେଜି, ଫ୍ରେଞ୍ଚ୍ ବିନ୍ସ ୧୬୦ କେଜି ଓ କଞ୍ଚା ଅମୃତଭଣ୍ଡା ୧୨୦ କେଜି ଯାଇଥିଲା। ଭୁବନେଶ୍ୱର ଠାରେ ଭିଲାମାର୍ଟ ନାମକ ଗୋଟିଏ ସଂସ୍ଥା ଏହା ର ସ୍ଵତନ୍ତ୍ର ପାକିଂ କରି ବିମାନ ରେ ଦୁବାଇ ପଠାଇ ଥିଲେ। ସେହି ସମସ୍ତ ପରିବା ବଜାର ରେ ପହଞ୍ଚିବ। କ୍ଷଣି ସଙ୍ଗେ ସଙ୍ଗେ ବିକ୍ରୀ ହେଇ ଯାଇଥିଲା। ଆଗ କୁ ଉମରକୋଟ ରୁ ଫୁଲକୋବି, ଟମାଟ, ମରିଚ, ଭେଣ୍ଡି, ଜହ୍ନି, ଲାଉ ଓ କାକୁଡି ଇତ୍ୟାଦି ପରିବ। ଦୁବାଇ କୁ ରପ୍ତାନି କରିବା ଆମର ଲକ୍ଷ ଅଛି ବୋଲି ଉମରକୋଟ ଅଞ୍ଚଳ ର ଜଣେ ଚାଷୀ ନିଜ ନା କୁ ଗୋପନ ରଖିବା ପାଇଁ ଅନୁରୋଧ କରି କହିବା ସହ ବର୍ତମାନ ସପ୍ତାହ କୁ ଥରେ, ୩ ସପ୍ତାହ ପରେ ସପ୍ତାହ କୁ ୨ ଥର ଓ ୩ ସପ୍ତାହ ପରେ ସପ୍ତାହ କୁ ୩ ଥର ଏହି ଅଞ୍ଚଳ ର ଚାଷୀ ପରିବା ଦୁବାଇ ପଠାଇବ। ଆରମ୍ଭ କରିବେ ଓ ବର୍ତ୍ତମାନ ଏହି ୧୦୦୦ କେଜି ପନିପରିବା ଟ୍ରାଇଲ ରେ ପଠା ଯାଇଥିଲା।ସେଠାରେ ଗ୍ରାହକ ଙ୍କ ଚାହିଦା ଭଲ ଥିବାରୁ ଏହି ଅଞ୍ଚଳ ରୁ ଆହୁରି ଅଧିକ ପରିବ। ଦୁବାଇ ପଠା ହେବ ବୋଲି ଉକ୍ତ ଚାଷୀ କହିଛନ୍ତି। ବର୍ତ୍ତମାନ ଉମରକୋଟ ଠାରେ ଚାଷୀ ମାନେ ନିଜ ଖେତ ରେ ଫୁଲକୋବି କିଲୋ ପିଛା ୧୦ ଟଙ୍କା, ବିନିସ ୨୫ ଟଙ୍କା ରେ ବିକ୍ରୀ କରୁଥିବା ବେଳେ ଏହି ପରିବା ଦୁବାଇ ଠାରେ ୩୦୦ ରୁ ୩୫୦ ଟଙ୍କା ରେ ବିକ୍ରୀ ହେଉଛି। ଭୁବନେଶ୍ୱର ଠାରୁ ଦୁବାଇ ଯିବା ପାଇଁ ବିମାନ ଭଡା କେଜି ପିଛା ୬୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଦୁବାଇ କୁ ପଠାଇବାକୁ ହେଲେ ପରିବ। ର କ୍ୱାଲିଟି ଭଲ ରହିବ। ସହ ବଡ ବଡ ହେଇଥିବାର ଅଛି ଆଉ ପରିବା ରେ କିଛି ବି ଦାଗ ରହିବା କୁ ହେବ ନାହିଁ ବୋଲି କହିଛନ୍ତି ଉକ୍ତ ରପ୍ତାନି କ।ରି ପରିବ। ବ୍ୟବସାୟୀ। ତେବେ ବର୍ତ୍ତମାନ ଏହି ୫ ଜଣ ଚାଷୀ ଅନ୍ୟ ଚାଷୀ ମାନଙ୍କୁ ସେହି ସବୁ ଗୁଣ ବତ। ଥିବା ପନିପରିବା ଉତ୍ପାଦନ କରିବା ପାଇଁ ପରାମର୍ଶ ଦେଉ ଥିବା ଜଣା ପଡ଼ିଛି। ଏହା ଦ୍ବାରା ଅଳ୍ପ ଜମିରେ ପରିବ। ଚାଷ କରି ଅଳ୍ପ ପରିଶ୍ରମ କରି ଅଧିକ ଟଙ୍କା ରୋଜଗାର କରି ପାରିବେ ବୋଲି ଅନୁମାନ କରାଯାଉଛି। ତେବେ ଆଗ କୁ ପୃଥିବୀ ର ଅନ୍ୟ ଦେଶ କୁ ମଧ୍ୟ ଏହି ଅଞ୍ଚଳ ର ପନିପରିବା ବିକ୍ରୀ ହେଇ ପାରିବ ସେଥି ପାଇଁ ସମସ୍ତ ଉଦ୍ୟମ ଏହି ୫ ଜଣ ଚାଷୀ ଆରମ୍ଭ କରିଦେଇଥିବା ଜଣାପଡିଛି। ତେବେ ଏହି ଅଞ୍ଚଳ ର ପନିପରିବା ଦୁବାଇ ରେ ଯାଇ ବିକ୍ରୀ ହେବ। ଦ୍ଵାରା ଏହି ଅଞ୍ଚଳ ର ଚାଷୀ ମାନଂକ ଆର୍ଥିକ କ୍ଷେତ୍ର ରେ ଏକ ବିରାଟ ଧରଣର ପରିବର୍ତ୍ତନ ଆସିବ ଏଥିରେ ତିଳେ ହେଲେ ସନ୍ଧେହ ନାହି।