ବାଇକ୍ ଧକ୍କାରେ ଶ୍ରମିକ ଗୁରୁତର
ବୁଗୁଡା : ତା ୨୭/୧୨/୨୫ : ବୁଗୁଡ଼ା-ଗୋଳାବନ୍ଧ ରାସ୍ତାରେ ବାଇକ୍ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ଆହତ ଶ୍ରମିକ ଜଣକ ହେଲେ ଗୋଳାବନ୍ଧ ଗ୍ରାମର ନବୀନ ବିଶ୍ବାଳ(୫୨)।ଘଟଣାରୁ ପ୍ରକାଶ ଯେ, ନବୀନ ବୁଗୁଡାରେ ମୂଲକାମ କରି ଗାଁକୁ ଫେରୁଥିବା ବେଳେ ସାମନା ପଟୁ ଏକ ବାଇକ୍ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା ଏବଂ ସେ ଖଣ୍ଡେ ଦୂରକୁ ଛିଟିକି ପଡିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ଦୁର୍ଘଟଣାରେ ତାଙ୍କର ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।
