ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ l ପ୍ରଥମ ଅର୍ଦ୍ଧ ସେମି ଫାଇନାଲ ମ୍ୟାଚରେ ଖଳିସାହି ଦଳ ବିଜୟୀ l
ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଧଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ପ୍ରଥମ ଅର୍ଦ୍ଧ ସେମିଫାଇନାଲ କ୍ରିକେଟ ଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଥମ ଅର୍ଦ୍ଧ ସେମିଫାଇନାଲ କ୍ରିକେଟ ମ୍ୟାଚ ଖଳିସାହି କ୍ରିକେଟ କ୍ଳବ ଓ ଠଣାପଲ୍ଲୀ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଠଣା ପଲ୍ଲୀ କ୍ରିକେଟ କ୍ଳବ ଟସ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିବା ବେଳେ ଖଳିସାହି କ୍ରିକେଟ କ୍ଲବ ବ୍ୟାଟିଙ୍ଗ କରିଥିଲା l ୨୦ଓଭର ମ୍ୟାଚ ବିଶିଷ୍ଟ ଏହି କ୍ରିକେଟ ଖେଳରେ ପ୍ରଥମେ ଖଳିସାହି କ୍ରିକେଟ କ୍ଳବ ୧୮ଓଭର ଖେଳି ତାର ସମସ୍ତ ଉଇକେଟ ହରାଇ ୧୦୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ତାର ପ୍ରତିବଦଳରେ ଠଣାପଲ୍ଲୀ କ୍ରିକେଟ କ୍ଳବ ସମସ୍ତ ଉଇକେଟ ହରାଇ ୧୯ଓଭରରେ ୪୨ରନ ସଂଗ୍ରହ କରି ପରାଜିତ ହୋଇଥିଲା l ଆଜିର କ୍ରିକେଟ ଖେଳକୁ ଅମ୍ପାୟାର ଭାବେ ରାଜ କୁମାର ବଳିୟାରସିଂ ଓ ନିବାସୀ ପାତ୍ର ପରିଚାଳନା କରିଥିଲେ lଆଜିର କ୍ରିକେଟ ମ୍ୟାଚରେ ମୁଖ୍ୟଅତିଥିଭାବେ ଯୁବ ସମାଜସେବୀ ମାନସ କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଭକ୍ତି ଭୂଷଣ ମହାପାତ୍ର, ପାଣ୍ଡଵ ସାହୁ, ଦେବବ୍ରତ ହୋତା, ଗଙ୍ଗାଧର ସାହୁ, ପ୍ରଫୁଲ୍ଲ କୁମାର ସିଂହ,ସୁଶାନ୍ତ କୁମାର ପ୍ରଧାନ, ଯଦୁନାଥ ସାମନ୍ତରାୟ, କାର୍ତ୍ତିକ ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ନିରଞ୍ଜନ ସେଠୀ,ଅବଦୁଲ ଖଲ୍ଲିକ ଖାଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କ ସହିତ କର ମର୍ଦନ କରି ଏହି କ୍ରିକେଟ ଟୁର୍ନାମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ l ସଂପୁର ସ୍ଥିତ ବାଲୁଙ୍କେଶ୍ୱର ରାଇଜିଙ୍ଗ କ୍ରିକେଟ କ୍ଳବର ସଭାପତି ଅନିଲ କୁମାର ନାୟକ ଓ କ୍ଲବର ସଦସ୍ୟ ବିକୁ, ବବୁଲ, ରଘୁନାଥ, ଗାନ୍ଧୀ, ଓ ରାଜକୁମାର ପ୍ରମୁଖ ଏହି ଖେଳକୁ ସହଯୋଗ କରି ପରିଚାଳନା କରିଥିଲେ l ଆସନ୍ତାକାଲି ସଂପୁର କ୍ରିକେଟ କ୍ଳବ ସହିତ ପିଚୁକୁଳି କ୍ରିକେଟ କ୍ଳବ ମଧ୍ୟରେ ଦ୍ୱିତୀୟ ଅର୍ଦ୍ଧ ସେମି ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖେଳ ପରିଚାଳନା କମିଟି ଘୋଷଣା କରିଅଛନ୍ତି l ଖେଳ ଓ ଖେଳାଳିମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଖେଳ ପଡିଆର ଉନ୍ନତି ପାଇଁ ସରକାରୀ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ମୁଖ୍ୟ ଅତିଥି ମାନସ କୁମାର ବେହେରା ଅନୁରୋଧ କରିଥିଲେ l ପରିଶେଷରେ ସଦସ୍ୟ ସାନ୍ତୁନ କୁମାର ଛୋଟରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)