March 7, 2026

ବଲାଙ୍ଗୀରରେ ସରପଞ୍ଚଙ୍କୁ ମାଡ଼ ମାରିବା ଘଟଣା ସରପଞ୍ଚ ସଂଗଠନ ରାଜ୍ୟ ଶାଖାର ନିନ୍ଦା…

gtutu
Share

ବ୍ରହ୍ମପୁର,  ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ପୂର୍ତ୍ତ ବିଭାଗ ଏସ୍‌‍ଡିଓ ସିଦ୍ଧାର୍ଥ ଦାସଙ୍କୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ନିମ୍ନମାନର ଅଭିଯୋଗ କରିବା ପରେ ଏସଡିଓ ସରପଞ୍ଚଙ୍କୁ ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖାର ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ କହିଛନ୍ତି । ସରପଞ୍ଚମାନେ ହେଉଛନ୍ତି ଗଣତନ୍ତ୍ରର ମୁଖ୍ୟ ମେରୁଦଣ୍ଡ । ସାମ୍ୱିଧାନିକ ବ୍ୟବସ୍ଥାର ସେମାନେ ଏକ ମୁଖ୍ୟ ଅଙ୍ଗ ହୋଇଥିବା ସତ୍ତ୍ୱେ ଜଣେ ବେତନଭୋଗୀ ସରକାରୀ କର୍ମଚାରୀ ତାଙ୍କ ଉପରେ ଆକ୍ରମଣ କରିବା ଅଗଣତାନ୍ତ୍ରିକ ଓ ପ୍ରଶାସନିକ ରାଜର ନମୂନା ବୋଲି କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ, ସରପଞ୍ଚମାନଙ୍କୁ କରୋନା ସମୟରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇ କରୋନା ନିୟନ୍ତ୍ରଣରେ ବ୍ୟବହାର କରାଯାଇଥିଲା । ବର୍ତ୍ତମାନ ସରପଞ୍ଚମାନଙ୍କୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।

(ରବି ରଥ)
ସଭାପତି, ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ
/ସରପଞ୍ଚ ସଂଗଠନ ଓଡ଼ିଶା ରାଜ୍ୟ ଶାଖା