ବିଜେଡିର ସାଙ୍ଗଠନିକ ବୈଠକ, ବ୍ଳକର ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବୁଗୁଡ଼ା :ତା ୨୮/୧୧/୨୫ : ବୁଗୁଡ଼ା ବ୍ଲକ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଁ ସାଙ୍କୁଳେଇ ପୀଠରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରାକ୍ତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଶହ ଶହ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏ ଅବସରରେ ଦଳର ସାଂଗଠନିକ ଅଭିବୃଦ୍ଧି ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହ ବ୍ଲକର ବିଭିନ୍ନ ପଞ୍ଚାୟତର ଦେଖା ଦେଇଥିବା ସମସ୍ଯା ସାଙ୍ଗକୁ ଦଳର କର୍ମୀ ଏବଂ ଜନପ୍ରତିନିଧିଙ୍କୁ ଶାସକ ଦଳ କର୍ମୀଙ୍କ ପକ୍ଷରୁ କରାଯାଉଥିବା ଅଯଥା ହଇରାଣ ହରକତ ସାଙ୍ଗକୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅବଗତ କରାଯିବାକୁ ସ୍ଥିର ହୋଇଥିଲା ବେଳେ ଯଦି ପ୍ରଶାସନ ପକ୍ଷରୁ ସମସ୍ଯାର ସମାଧାନ ସକାଶେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ବ୍ଲକ କାର୍ଯ୍ଯାଳୟ ଘେରାଉ କରାଯିବାକୁ ବୋଲି ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ବୁଗୁଡା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଓ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ , ଜିତେନ୍ଦ୍ର କୁମାର ନାୟକ, ବ୍ଲକ ବିଜେଡି ଉପସଭାପତି କବିରାଜ ଗୌଡ଼,ଅନ୍ତରପଡା ସରପଞ୍ଚ ବସନ୍ତ ଶତପଥୀ, କଳମ୍ବ ସରପଞ୍ଚ ଟୁକୁନା ଜେନା,ମୁକୁନ୍ଦ ନାୟକ, କାର୍ତ୍ତିକ ସାହାଣୀ, ଉମାଶଙ୍କର ଜେନା, କୈଳାସ ପ୍ରଧାନ,ପ୍ରଶ୍ନ କୁମାର ଜେନା,ଚୋରିଆ ମଳିକଙ୍କ ସମେତ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।
