ଉମରକୋଟ ରେ ମକା ମଣ୍ଡି ପାଇଁ ବ୍ୟବସ୍ଥା ନାହିଁ ଦଲାଲ ମାଲେମାଲ……….
(ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ )
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଚଳିତ ବର୍ଷ ଉମରକୋଟ ଅଞ୍ଚଳରେ ଭଲ ମକା ଫସଲ ହୋଇଛି । ଭଲ ଦିପଇସା ରୋଜଗାର ମଧ୍ୟ ହେବ । ଏହି ଆଶା ନେଇ ଚାଷୀ ରହିଥିବା ବେଳେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହେଇ ପାରୁନାହିଁ । ଫଳରେ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ଚାଷୀଙ୍କ ଚିନ୍ତା ବଢ଼ାଉଛି, ମକାର ଅଭାବୀ ବିକ୍ରି , କ୍ଷତି ସହୁଛନ୍ତି ଚାଷୀ । ଏବେ ଚିନ୍ତାରେ ଉମରକୋଟ ଅଞ୍ଚଳର ମକା ଚାଷୀ । ଉପାନ୍ତ ଅଞ୍ଚଳରେ ମକାଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିଚାଲିଛି । ମକା ଚାଷ କରି ଲାଭବାନ ହେବାର ଆଶା ଏବେ ସେମାନଙ୍କର ମଉଳିଯାଉଛି । ଏସିଆ ମହାଦେଶର ସର୍ବବୃହତ ସବୁ ଠାରୁ ବଡ଼ ମକା ବଜାର ହେଉଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳ । ଧାନ ଫସଲ ପରେ ଚାଷୀ ମକା ଚାଷ କରୁଛନ୍ତି। ହେଲେ ବିକ୍ରି ପାଇଁ ନା ଅଛି ମଣ୍ଡି ନା ଚାଷୀଙ୍କୁ ମିଳୁଛି ମକାର ଉଚିତ୍ ଦର। ଫଳରେ ଅଭାବୀ ବିକ୍ରି ଶିକାର ହେଉଛନ୍ତି ଚାଷୀ। ମକା ବିହନ କିଣି ଚାରା ପ୍ରସ୍ତୁତ କରି ଜମିରେ ଲଗାଇବାର ୭୦ ରୁ ୮୦ ଦିନ ପରେ ବିକ୍ରି ପାଇଁ ଉପଯୋଗୀ ହେଉ ଥିବାରୁ ମକାଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । କିନ୍ତୁ ଫସଲ ଅମଳ ହେଲାପରେ ବିକ୍ରି ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଉଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଚାଷୀ ଧାନ ଫସଲ ପରେ ମକା ଚାଷକୁ ବିକଳ୍ପ ଭାବେ ଚୟନ କରିଛନ୍ତି । ହେଲେ ମଣ୍ଡି ନଥିବାରୁ ଅମଳ ହୋଇଥିବା ମକା କ୍ୱିଣ୍ଟାଲ ପିଛା ୨୨ ଶହରୁ ୨୩ଶହ ଟଙ୍କାରେ ଚାଷୀ ବିକ୍ରି କରିବା କଥା ତାହା କୁ ଦଲାଲ ମାନଙ୍କ ଜରିଆରେ ୧୫ଶହ ରୁ ୧୭ଶହ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବଜାରରେ ମକାର ଉଚିତ ମୂଲ୍ୟ ଥିବାରୁ କମ୍ ଦରରେ ଚାଷୀଙ୍କ ଠାରୁ ମକା କିଣିନେଇ ଲାଭବାନ ହେଉଛନ୍ତି ଦଲାଲ। ଅଞ୍ଚଳରେ ମଣ୍ଡିର ବ୍ୟବସ୍ଥା ନ ଥିବାରୁ ରାଜ୍ୟବାହାରକୁ ଚାଲାଣ ହୋଇଯାଉଛି ଓଡ଼ିଶା ମକା। ଏଭଳି ସ୍ଥିତିରେ ମକା ଚାଷ କରିବ କି ନାହିଁ, ଭାବିବାକୁ ବାଧ୍ୟ ହୋଇଛି ଚାଷୀ ।
