April 29, 2026

କାଠଡେରା ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନ

IMG-20251128-WA0037
Share

 

ବରଗଡରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ

 

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ତା.୨୮. ୧୧. ୨୦୨୫ ରିଖ ବାର୍ଷିକ ବିଜ୍ଞାନ ଏବଂ ଚିତ୍ର ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ବିଜ୍ଞାନ ବିଭାଗର ମୁଖ୍ୟ ସାରଥୀ ବିଶ୍ୱାଳ ଓ ଲିଲି ବେହେରା ଏବଂ କଳା ବିଭାଗର ମୁଖ୍ୟ ସୁକନ୍ୟା କୁମ୍ଭାରଙ୍କ ତତ୍ୱାବଧାନରେ ବିଜ୍ଞାନରେ ୩୪ଟି ଏବଂ ଚିତ୍ର ଓ ହସ୍ତକଳାରେ ୧୪୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ଓ ହସ୍ତକଳା ପ୍ରଦର୍ଶନୀକୁ ଯଥାକ୍ରମେ ବରଗଡ଼ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ସଂଗଠକ ଶ୍ରୀ ଦେବରାଜ ବେହେରା ଏବଂ ମହିଳା ପାଠଚକ୍ର ଆବାହିକା ଶ୍ରୀମତୀ ଜୟନ୍ତୀ ସିଂ ଉଦ୍ଘାଟନ କରିଥିଲେ l ଲଚିଦା ଜ୍ଞାନବିହାର ଉଚ୍ଚ ବିଦ୍ୟାଳୟ, ଲସ୍ତଳା ନୋଡାଲ ଉଚ୍ଚ ବିଦ୍ୟାଳୟ, ଲସ୍ତଳା, ହିର୍ଲିପାଲି ଏମ.ଇ ସ୍କୁଲର ପ୍ରଧାନ ଶିକ୍ଷକ ଯଥାକ୍ରମେ ଶ୍ରୀ ମୁକେଶ ପ୍ରଧାନ, ଦେବାନନ୍ଦ ଭୋଇ, କୌଶିକ ଦାଶ ବିଚାରକ ଦାୟିତ୍ୱ ତୁଲାଇ ଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ରିନା ସାହୁଙ୍କ ଅଧ୍ୟକ୍ଷତା ଏବଂ ରାଜେଶ ସେଟଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିରୂପେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, କାଠଡେରାର ଶାଖା ପ୍ରବନ୍ଧକ ଶ୍ରୀ ନାରାୟଣ ଝାଙ୍କର, ଶିକ୍ଷାକେନ୍ଦ୍ରର ସମ୍ପାଦକ ଶ୍ରୀ ଚାପଧାରୀ ସିଂ ମଂଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସିନିଅର ବିଭାଗରେ ଅମ୍ରିତା ପତି ପ୍ରଥମ, ମୁସ୍କାନ ପଧାନ ଦ୍ଵିତୀୟ, ଲାଡ଼ଲି ପ୍ରଧାନ ତୃତୀୟ, ଜୁନିଅର ବିଭାଗରେ ଅମନ ମେହେର ଓ ଅଜୟ ମେହେର ପ୍ରଥମ, ରୁଦ୍ରାକ୍ଷ ପାଣିଗ୍ରାହୀ ଦ୍ଵିତୀୟ ଓ ମୌସୁମୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଦର୍ଶନୀକୁ ସଫଳ ରୂପାୟନ କରିବା ପାଇଁ ଶିକ୍ଷକ ଭୀଷ୍ମଦେବ ରଣା , ଜିତେନ୍ଦ୍ର ପ୍ରଧାନ, ଭରତ କୁମ୍ଭାର , କନକ ପ୍ରଧାନ, ସତ୍ୟବତୀ ନାଗ, ଜୟନ୍ତୀ ପ୍ରଧାନ, ନିବେଦିତା ସାହୁ, ରେଣୁକା ବାଗ, ଶଶୀଭୂଷଣ ଦାଶ, ନୀଳାବତୀ ମାଝୀଙ୍କ ସମେତ ପରିଚାଳନା କମିଟିର ସନ୍ତୋଷ, ପଣ୍ଡା, ଶ୍ୟାମ ସୁନ୍ଦର ପ୍ରଧାନ, ସୁରେନ୍ଦ୍ର ବାଗ ସକ୍ରିୟ ସହଯୋଗ କରିଥିଲେ।