November 28, 2024

୫ ଦିନ ଧରି ହେବ ସମ୍ବଲପୁର ଲୋକ ମହୋତ୍ସବ ୨୦୨୫  ପ୍ରସ୍ତୁତି ଏବଂ କମିଟି ଗଠନ ନିମନ୍ତେ ହେଲା ବୈଠକ

Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ଆଜି ସମ୍ବଲପୁର ଲୋକମୋହତ୍ସବ ୨୦୨୫ ପ୍ରସ୍ତୁତି ଏବଂ କମିଟି ଗଠନ ନିମନ୍ତେ ବୁଧବାର ସନ୍ଧ୍ୟାରେ ବୈଠକ ତପସ୍ଵିନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ସମ୍ବଲପୁର ର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ (ଆଇ.ପି.ଏସ.), ସମ୍ବଲପୁର ମହାନଗର ନିଗମ ର କମିଶନର ବେଦ ଭୂଷଣ (ଆଇ.ଏ.ଏସ.), ଆଇ.ପି.ଏସ. (ପ୍ରୋବେଶନର) ଭୋସଲେ ଶୁଭମ ସଞ୍ଜୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସିଇଓ ଅରମାସ ଶ୍ରୀମନ୍ତ ହୋତା, ଉପ ଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଭାରପ୍ରାପ୍ତ ସିଡ଼ିଏମଓ ଡା.ଭରତ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ।

 

ସମ୍ବଲପୁର ର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସଭାରେ ଯୋଗ ଦେଇ ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ବହୁତ ଉତ୍ସାହ ଏବଂ ଆଡମ୍ବର ସହିତ ଲୋକମୋହତ୍ସବ ପାଳନ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ଗଣ ମାଧ୍ୟମ ର ମିଳିତ ସହଯୋଗ ରେ ଚଳିତ ବର୍ଷ ର ଲୋକମୋହତ୍ସବ କୁ ସ୍ମରଣୀୟ କରିବାକୁ ପ୍ରୟାସ କରିବା।ଆଉ ମଧ୍ୟ କହିଥିଲେ ଲୋକମୋହତ୍ସବ ହେଉଛି ଏକ ପ୍ରମୁଖ ପ୍ରୟାସ ଯାହା ଦ୍ଵାରା ଆମେ ଆମର କଳା ସଂସ୍କୃତିକୁ ବିଶ୍ଵ ସ୍ତରରେ ପହଞ୍ଚାଇ ପାରିବା,ଏଥି ପାଇଁ ଏକ ସମ୍ପୃକ୍ତ କମିଟି ଗଠନ କରାଯିବ, ଯେଉଁଥିରେ ଉତ୍ସବ କୁ ନିଆରା କରିବା ପାଇଁ ସମସ୍ତେ ନିଜର ମତାମତ ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ। ସମ୍ବଲପୁର ର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସଭାରେ ଯୋଗ ଦେଇ ଉତ୍ସବ ର ସଫଳ ରୂପାୟନ କେମିତି ହୋଇ ପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ ବୈଠକ ରେ କମିଟି ଗଠନ ପାଇଁ ସଦସ୍ୟ ମାନଙ୍କର ଚୟନ ନିମନ୍ତେ ପ୍ରସ୍ତାବ ଦିଆଗଲା। ଚଳିତ ବର୍ଷ ର ଲୋକମୋହତ୍ସବ ପାଞ୍ଚ ଦିନ ଧରି ହେବ ଏବଂ ଯୁବ ବର୍ଗ ର ଭାଗିଧାରୀ ପାଇଁ ଆଲୋଚନା କରଯାଇଥିଲା।ଚଳିତ ବର୍ଷ ଲୋକ ମହୋତ୍ସବ ସହିତ ପଲିଶ୍ରୀ ମେଳା ମିଳିତ ଭାବରେ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।