March 12, 2026

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ବେଆଇନ ଗଛ କଟା ରେ ତଦନ୍ତ ଦାବୀ ।

IMG-20251028-WA0002
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଝଙ୍କଡ ସାରଳାପୀଠ କନକପୁର ପଞ୍ଚାୟତ କାର୍ଯ୍ୟାଳୟ କୁ ଲାଗିରହିଥିବା କନକପୁର ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଗତ ରବିବାର ଦିନ ବିଳମ୍ବିତ ରାତ୍ରିରେ ଦୁଇଟି ବଡ଼ବଡ଼ ଛାୟା ପ୍ରଦ ଗଛକୁ ବେଆଇନ ଭାବେ କାଟି ଦିଆଯାଇଥିବା ବେଳେ, ଗଛ ପଡି ଯିବା ବେଳେ ମେଡିକାଲ ର ଉତ୍ତର ପାର୍ଶ୍ୱ ପ୍ରାଚୀର ରେ କେତେକ ଅଂଶ ଭାଙ୍ଗି ଯାଇଛି । ପରଦିନ ଏହି ଘଟଣା ଦେଖିବା ପରେ ଶହ ଶହ ଗ୍ରାମବାସୀ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ଙ୍କୁ ପଚାରିବାରୁ ସେ ସବୁ ଶୁଣିବାପରେ କୌଣସି ଉତ୍ତର ଦେଇନଥିଲେ । ପରବର୍ତ୍ତୀ ସମୟରେ ଯେତେ ଥର ଫୋନ କଲେ ମଧ୍ୟ ସେ ନିଜର ଫୋନ କୁ ସୁଇଚ ଅଫ କରିଦେଇ ଥିଲେ । ଅଞ୍ଚଳର ଅଧିବାସୀ ମାନେ ତିର୍ତ୍ତୋଲ ତହସିଲଦାର ଙ୍କୁ ଆପତ୍ତି ଅଭିଯୋଗ କରିବା ପରେ ତହସିଲଦାର ଆର.ଆଇ. ଙ୍କୁ ପଠାଇ ମାତ୍ର ଦୁଇଟି କାଠ ଗଣ୍ଡି କୁ ଜବତ କରିଥିଲେ । ଅନ୍ୟସବୁ କାଠ ସମ୍ପୃକ୍ତ ବ୍ୟକ୍ତି ରାତାରାତି ଉଠେଇ ନେଇଛନ୍ତି । ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ଡାକ୍ତରଙ୍କର ସମ୍ପୃକ୍ତି ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ବିଶେଷକରି ଏହି ଡାକ୍ତର ଆସିବା ପରଠାରୁ ଏଠାରେ ନିଷ୍ଠାର ସହିତ ସେବା ଯୋଗାଇ ଆସୁଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଅସମ୍ମାନିତ ଓ ଦୁର୍ବ୍ୟବହାର କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଯାହା ଫଳରେ ରୋଗୀ ସେବା କାର୍ଯ୍ୟ ବ୍ୟାହତ ହେବା ସଂଗେସଂଗେ ଶହଶହ ରୋଗୀ ହଇରାଣ ହରକତ ହେଉଛନ୍ତି !ତେଣୁ ଏହାର ପ୍ରତିବାଦରେ ଏହି ଗଛ କଟା ଘୋଟଲାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ଅଜୟ କୁମାର ରାଉଳ, ଅରୁଣ ମହାପାତ୍ର, ଅରୁଣ ଜେନା, ରଜନୀକାନ୍ତ ରାଉଳ, ବିଜୟ କୁମାର ରାଉଳ, ସତ୍ୟଭୂଷଣ ଦାସ, ରମେଶ ଚନ୍ଦ୍ର ରାଉଳ, ରଞ୍ଜନ ରାଉଳ, ଓ ଲୋକନାଥ ପାଣିଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରି ଛନ୍ତି ।