କ୍ଷେତ୍ରୀୟ ଗଣିତ ମେଳାରେ ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଯୁଗରୂପାଙ୍କ କୃତିତ୍ବ
ବୁଗୁଡା : ତା ୨୮/୧୦/୨୪ : ଚଳିତ ବର୍ଷ କ୍ଷେତ୍ରୀୟ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ପୂର୍ବକ୍ଷେତ୍ର (ଓଡିଶା, ସିକିମ୍, ଉତ୍ତର ବଙ୍ଗ, ଦକ୍ଷିଣ ବଙ୍ଗ ଓ ଆଣ୍ଡାମାନ ନିକୋବର) ରାଜ୍ୟର ପ୍ରତିଭାଗିମାନଙ୍କୁ ନେଇ ଗଣିତ ମେଳା ପଶ୍ଚିମବଙ୍ଗର ମାଲଦା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀ ଯୁଗରୂପା ଯୁଗନ୍ତିକା ସାହୁ ପ୍ରଥମ ସ୍ଥାନ ଅଧିକାର କରି ବୁଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ସୁନାମ ଆଣିବା ସହ ଅଖିଳଭାରତ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି । ସେହିପରି ଓଡିଶା ପ୍ରାନ୍ତ ସ୍ତରୀୟ ବିଜ୍ଞାନ ମେଳାରେ ଛାତ୍ରୀ ଶୁଭଦର୍ଶନୀ ପାଢୀ ଓ ଗଣିତ ମେଳାରେ ଏ.ଲିଟିଲ୍ ପୃଷ୍ଟି ତୃତୀୟ ସ୍ଥାନ ହାସଲ ପୂର୍ବକ ଶିଶୁ ମନ୍ଦିର ପାଇଁ ଗୌରବ ଆଣିଛନ୍ତି। ଶିଶୁ ମନ୍ଦିରର ଛାତ୍ରୀମାନଙ୍କ ଏହି ଅଭୂତପୂର୍ବ ସଫଳତା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ଯରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଦକ୍ଷିଣ-ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ କୃତି ଛାତ୍ରୀ ତ୍ରୟଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଛାତ୍ରୀଙ୍କ ଗାଇଡ୍ ଗୁରୁଜୀ ଜଗନ୍ନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ।