November 15, 2024

ଜାତି ଜନଗଣନା ଓ ସମାନୁପାତୀକ ସରଂକ୍ଷଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ l

Share

ସ୍ୱାଧୀନତାର 77 ବର୍ଷ ବିତିଗଲେ ମଧ୍ୟ ପ୍ରତ୍ୟେକ ନାଗରିକ ଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ମିଳିପାରିନାହିଁ ଆଜି ବି ସମାଜ ସ୍ତରରେ ଘୁଣ୍ୟ ଜାତିଆଣ ମନୋଭାବ କମିବା ବଦଳରେ ବଢିଚାଲିଛି | ଜାତିଆଧାରେ ମୁଷ୍ଟିମେୟ ଲୋକଙ୍କ ପାଖରେ ସମ୍ପତି ଓ ସୁଯୋଗ ଠଳିଭୁତ ହୋଇଛି ଅପରପକ୍ଷ୍ୟେ ସଂଖ୍ୟାଧିକ ଲୋକଙ୍କ ପାଖରେ ସ୍ୱାଧୀନତା, ଆର୍ଥିକ ଓ ସାମାଜିକ ସମାନୁତା ପହଂଚି ପାରିନାହିଁ | 1931 ମସିହାରେ ଜାତିଜନଗଣନା ହୋଇଥିଲା ସେବେଠୁ ଆଜି ପର୍ଯ୍ୟନ୍ତ ହୋଇନାହିଁ ସେଥିପାଇଁ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ର ଜନ ସାଧାରଣ ଙ୍କୁ ସମାନ ଅଧିକାର ମିଳିପାରୁନାହିଁ ଯଦି ଜାତିଜନଗନା ନ ହୁଏ ଏମାନେ ସମସ୍ତ ଅଧିକାର ର ବଞ୍ଚିତ ରହିବେ ଵା ଉପରକୁ ଉଠି ପାରିବେ ନାହିଁ ତେଣୁ “ଯାହାର ସଂଖ୍ୟା ଯେତେ ତାର ଭାଗ ସେତେ” ଭଳି ଏକ ନ୍ୟାୟ ସଙ୍ଗତ ଦାବିରେ ସାରା ଦେଶରେ ଏକ ଝଡ ସୃଷ୍ଟି ହେଇଛି | ଏଠି ଜାତି ଜନଗଣନା ର ଅତ୍ୟନ୍ତ ଆବଶ୍ୟକ ରହିଛି ବୋଲି ଆଲୋଚନା ଚକ୍ର ରେ CPI MLA ର ପୁରୀଜିଲ୍ଲା ସମ୍ପାଦକ ଅଶୋକ ପ୍ରଧାନ, ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ନେତା ରାଧାକାନ୍ତ ସେଠି, ଆଶିଷ କାନୁନ ଗୋ, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଭାସ ସାମନ୍ତରାୟ, ହେମନ୍ତ କୁମାର, ସମାଜବାଦୀ ପାର୍ଟି ରାଜ୍ୟ ସମ୍ପାଦକ ପ୍ରତାପ ବାରିକ, ବିକ୍ରମ ସାଇଁ, ବିଯୁଜନତା ଦଳ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀଭୁଷଣ ବେହେରା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରି ଶ୍ରୀକାନ୍ତ ଜେନା ପ୍ରମୁଖ ଯୋଗଦେଇ କହିଥିଲେ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ