June 19, 2026

ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରାରେ ଗୀତ ମାଧ୍ୟମରେ ଆସିକା ବିଧାୟିକାଙ୍କ ପରିବାରର ଶୁଭ ମନାସିଲେ ମହିଳା

IMG-20231028-WA0014
Share

ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରାରେ ଗୀତ ମାଧ୍ୟମରେ ଆସିକା ବିଧାୟିକାଙ୍କ ପରିବାରର ଶୁଭ ମନାସିଲେ ମହିଳା

28/10, ଆସିକା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଗାଆଁକୁ ଗାଁ ବୁଲି ଲୋକ ମାନଙ୍କ ନିକଟତର ହେଉଛନ୍ତି I ଆଜି ଉଭୟ ବିଧାୟିକା ଶ୍ରୀମତୀ ସ୍ୱାଇଁ ଏବଂ ସାଂସଦ ଶ୍ରୀମତୀ ବିଷୋୟୀ ପଂଚାୟତର ଖାରୀଆ ପଞ୍ଚାୟତର ହୁମୁଗି ଗ୍ରାମକୁ ପଦଯାତ୍ରାରେ ଯାଇଥିବା ବେଳେ ସେଠାରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ବିଧାୟିକାଙ୍କ ପରିବାରର ଶୁଭ ମନାସି ପ୍ରସ୍ତୁତ କରିଥିବା ଏକ ସ୍ଵତନ୍ତ୍ର ଗୀତ ଗାଇଥିଲେ I ମାଆମାନେ ଗୀତ ମାଧ୍ୟମରେ ବିଧାୟିକାଙ୍କ ସମେତ ତାଙ୍କ ସ୍ୱାମୀ ତଥା ପୂର୍ବତନ ଆସିକା ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ୱାଇଁ, ଦୁଇ ପୁଅ ନଚିକେତା ଓରଫ ମଣ୍ଟୁ,ଅଶ୍ଵିନୀ ଓରଫ ଟୁନାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I ମାଆ ମାନଙ୍କ ଗୀତରେ ବିଧାୟିକା ଶ୍ରୀମତୀ ସ୍ୱାଇଁ ଖୁସି ହୋଇ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ I ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ମହିଳା ସଶକ୍ତିକରଣ ମହିଳା ମାନଙ୍କ ଉନ୍ନତିକରଣରେ ସାମିଲ୍ ହୋଇ ମହିଳାଙ୍କୁ ଆଗକୁ ଯିବାପାଇଁ ଉତ୍ସାହିତ କରିଥିଲେ I

ଫଟୋ.            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ