October 5, 2024

ଅସ୍ତରଙ୍ଗ ବେଳାଭୁମି ମହୋତ୍ସବ ର ପ୍ରଥମ ବୈଠକ ।

Share

ଅସ୍ତରଙ୍ଗ ବେଳାଭୁମି ମହୋତ୍ସବ ର ପ୍ରଥମ ବୈଠକ ।
ଅସ୍ତରଙ୍ଗ ,,ଚଳିତ ବର୍ଷ କାର୍ତ୍ତିକ ପୂର୍ଣମି ତିଥିଲେ ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମି ରେ ଦୁଇ ଦିନ ଧରି ହେବାକୁ ଥିବା ଅସ୍ତରଙ୍ଗ ବେଳାଭୂମି ମହୋତ୍ସଵ ର ପ୍ରଥମ ବୈଠକ ଶନିବାର ଦିନ ନିକଟ କୈଲାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବୈଠକ ରେ ବ୍ଲକ ଅଞ୍ଚଳ ର ଏକ ଶହରୁ ଉର୍ଦ୍ଧ ଜନତା ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ । ନଭେମ୍ବର ମାସ ୨୮, ଓ ୨୯ ତାରିଖ ରେ ବାଲିଯାତ୍ରା ପଡୁଥିବାରୁ ଏହି ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ,ସାହିତ୍ୟ ଆସର, ଛାତ୍ର ଛାତ୍ରୀ ଙ୍କ ଭିତରେ କୁଇଜ, ବାଲୁକା କଳା, ଖ୍ୟାଦ ଷ୍ଟଲ ,ଲୋକ କଳା ଆଦି ,ଶୃଙ୍ଖଳା ଭିତରେ କରାଯିବା ପାଇଁ ନିଷ୍ପତ୍ତି ନିଆ ଗଲା । ବାହାରୁ ଆସିବାକୁ ଥିବା କଳାକାର ଙ୍କ ରହିବା ,ଖାଇବା ,ଯାତାୟାତ ଆଦି ଉପରେ ଆଲୋଚନା କରା ଯାଇଥିଲା । ମହୋତ୍ସବ ଆଉ ଏକ ମାସ ଥିବାରୁ କମିଟି ର ସଭ୍ୟ ମାନେ, କିପରି ସାହାଯ୍ୟ ଓ ସହ ଯୋଗର ହାତ ବଢ଼ାଇ ମହୋତ୍ସବ କିପରି ଶୃଙ୍ଖଳିତ ଭାବେ ଶେଷ ହେବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା । ପ୍ରଥମ ରେ ମହୋତ୍ସବ ପରିଚାଳନା ପାଇଁ ଏକ କମିଟି ଗଠନ କରା ଜାଇ ଅଛି । କମିଟିର ସଭାପତି ଭାବେ,ମନ୍ତ୍ରୀ ତୁଷାରକାନ୍ତି ବେହେରା,ରହିଥିବା ବେଳେ,ପରାମର୍ଶ ଦାତା ଭାବେ, ଶିକ୍ଷାବିତ୍ ସ୍ୱପ୍ନେଶ୍ୱର୍ ସାହୁ, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ଓ ପ୍ରଶନ ବିଶ୍ଵାଳ ରହିଛନ୍ତି । ଉପ ସଭାପତି ଭାବେ ପ୍ରମୋଦ କୁମାର ନାୟକ, ସଂପାଦକ ଭାବେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ସହ ସମ୍ପାଦକ ଭାବେ,ଉଲ୍ଲାସ କୁମାର ନାୟକ ଓ ପ୍ରତାପ କୁମାର ନାୟକ ରହିଥିବା ବେଳେ,ସଂଯୋଜକ ଭାବେ, ସୋଭକାର ବେହେରା ରହିଛନ୍ତି । ଆଗାମୀ ଦିନରେ ଆଉ କେତେକ କମୀଟ ଗଠନ କରାଯିବ ବୋଲି ସଂପାଦକ ଶ୍ରୀ ନାୟକ ଘୋଷଣା କରିଥିଲେ।                                                                                                ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed