October 6, 2024
Share

*ଖବର ଆଜିର*
ତାରିଖ ୨୮/୧୦/୨୦୨୩ ଶନିବାର ।।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଦେହାନ୍ତ । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ ସ୍ବରୂପ । ଗତ କିଛି ଦିନ ତଳେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଥ୍ରୋଟ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା ।

ଧାରଣାରେ ବସିଲେ ଆଇସିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଦରମା, ଓ ଲିଙ୍ଗଗତ ଅସମାନତା ବିରୋଧରେ ନେଲେ ମହିଳାଙ୍କ ନେତୃତ୍ୱ ।

ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଉପାସ ରହିବା ପରେ ଲାଗି ହେଲା ଭୋଗ ।

ଚନ୍ଦ୍ରରେ ଜୋରଦାର ଥିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ, ଅବତରଣ ସ୍ଥଳ ସମ୍ପର୍କରେ ସୂଚନା ଦେଲେ ISRO ।

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ: ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର ।

Reliance Jio ଲଞ୍ଚ କଲା Jio Space Fiber ସର୍ଭିସ, ଏବେ ଦେଶର କୋଣ-କୋଣରେ ପହଁଚିବ ହାଇ ସ୍ପିଡ୍ ଇଣ୍ଟରନେଟ।

ଏଲାଏନ୍ସ ଏୟାର୍‌ ପକ୍ଷରୁ ଟିକଟ୍‌ ବୁକିଂ ଆରମ୍ଭ: ରାଉରକେଲା-କୋଲକାତା ଉଡ଼ାଣ ୧ରୁ।

ବାହାନଗା ଟ୍ରେନ୍ ଟ୍ରାଜେଡି: ଦୁର୍ଘଟଣାଗ୍ରସ୍ତ ରେଳଡ଼ବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ।

ସ୍ନାତକ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ: ୨୦୨୪-୨୫ ଶିକ୍ଷାବର୍ଷରେ ଆଣିବାକୁ ଯୋଜନା ।

ତେଲେଙ୍ଗାନା ନିର୍ବାଚନ ପାଇଁ ଦ୍ୱିତୀୟ ତାଲିକା ପ୍ରକାଶ କଲା କଂଗ୍ରେସ, ଜୁବୁଲି ହିଲ୍ସରୁ ଲଢିବେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ।

ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ ।

ରୋମାନ କ୍ୟାଥୋଲିକ୍‌ ଚର୍ଚ୍ଚରେ ୨ ଲକ୍ଷରୁ ଅଧିକ ପିଲା ଯୌନ ଶୋଷଣର ଶିକାର, ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।

ଲାଲୁଙ୍କୁ ସୁନା ମୁକୁଟ ପିନ୍ଧାଇଥିଲେ ବେଗୁସରାୟର ବାହୁବଳୀ ନେତା ରତନ ସିଂହ, ଏବେ ସରଗରମ ହେଉଛି ରାଜନୀତି ।

ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ ।

ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ସମାପିତ, ନୂଆଦିଲ୍ଲୀ ଯିବ ପବିତ୍ର ମାଟି ।

ଓଡ଼ିଆ ଆଇପିଏସ୍ ରଶ୍ମି ରଞ୍ଜନ ସ୍ୱାଇଁ ଜାମ୍ମୁ କାଶ୍ମୀର ପୋଲିସ ମୁଖିଆ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ନିଯୁକ୍ତି।

ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ ସଂଘର ଶୁଭେଚ୍ଛା।

ସୁପ୍ରଭାତ ,ଶୁଭ ସକାଳ ।