ଆଜିର ଖବର..
୧-OTET ଦେଲେ ୭୨ ହଜାର ଶିକ୍ଷକ,ଆସିଲେନି ୩ ହଜାର,ଦୁଇ ଦିନ ଭିତରେ ପରୀକ୍ଷା କେନ୍ଦ୍ରରୁ ଫେରିବ OMR ସିଟ୍।
୨-ଭୁବନେଶ୍ବର:ଆଜିଠୁ କମିବ ବର୍ଷା,୩୦ ଯାଏଁ ରହିବ ଶୁଖିଲା ପାଗ।ଦୁର୍ବଳ ହେଉଛି ଅବପାତ।
୩-କଟକ ଦୁର୍ଗାପୂଜାରେ ଦେଖିବାକୁ ମିଳିବ ମୁମ୍ବାଇ, କୋଲକାତା ଓ ସିକ୍କିମର ମେଲୋଡି ପାର୍ଟିଙ୍କୁ; ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ପକ୍ଷରୁ ହୋଇଛି ପ୍ରସ୍ତୁତି।
୪-RI, ଅମିନ, ଆଇସିଡିଏସ୍ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଅକ୍ଟୋବର ୮ରୁ ହେବ ପ୍ରିଲିମିନାରି।
୫-ହୀରାକୁଦ ଡ୍ୟାମ୍ରେ ବନ୍ଦ ହେଲା ୪ ଗେଟ୍
୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ।
୬-କଟକ:ପୂଜା ପାଇଁ ସୁରକ୍ଷା ବନ୍ଦୋବସ୍ତ,୭୫ ପ୍ଲାଟୁନ ଫୋର୍ସ,୪୦୦ ଅଫିସର ନିୟୋଜିତ।
୭-ପୁରୀରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ,ସଦର ପୋଲିସ୍ ଦ୍ବାରା ୨ ଅଭିଯୁକ୍ତ ଗିରଫ।
୮-ହ୍ୱାଟ୍ସଆପରେ ଅଭିଯୋଗ କରିପାରିବେ କନ୍ଧମାଳବାସୀ, ଯିବାକୁ ପଡ଼ିବନି ପୋଲିସ୍ ଷ୍ଟେସନ୍।
୯-ବଲାଙ୍ଗିର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା: ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି , କେତେବେଳେ ବାଇକ୍ ଓ କାର୍ ଭାସୁଛି ତ ଆଉ କେତେବେଳେ ଘଟୁଛି ଦୁର୍ଘଟଣା।
୧୦-ଭୋଗରାଇ:୨୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ନିର୍ଦ୍ଦେଶ ଅବମାନନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।
୧୧-ଭୁବନେଶ୍ବର:କିଟ୍ ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନର ହେଲା ଶୁଭାରମ୍ଭ।
୧୨-ବାରଙ୍ଗ:ପୁରୀ ମୂଖ୍ୟ କେନାଲକୁ ଓଲଟିଲା ଆମ୍ବୁଲାନ୍ସ, ରୋଗୀ ଛାଡ଼ି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା।
୧୩-ଅମଲିପାଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ଓଡ଼ିଶାରେ ୨ସେମିକଣ୍ଡକ୍ଟର ୟୁନିଟ୍ ହେବ।
୧୪-ଦୁବାଇ:ଏସିଆ କପ୍,ନବମ ଟାଇଟଲ ଲକ୍ଷରେ ଭାରତ,ଆଜି ଭାରତ-ପାକିସ୍ଥାନ ଫାଇନାଲ।
୧୫-ଝାରସୁଗୁଡା ମାଟିରୁ ସାରା ଦେଶରେ BSNL 4G ସେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।
୧୬-କପିଲ ଶର୍ମାଙ୍କୁ ୧ କୋଟି ଦାଦାବଟି ମାଗିଥିଲା, ପଶ୍ଚିମବଙ୍ଗରୁ ଗିରଫ ହେଲା ଅଭିଯୁକ୍ତ।
୧୭-ହରିୟାଣାର ଗୁରୁଗ୍ରାମ:ଡିଭାଇଡରରେ ପିଟି ହେଲା ଥର୍, ଚାଲିଗଲା ୫ ଜୀବନ।
୧୮-ଉତ୍ତରପ୍ରଦେଶ:ବରେଲୀ ହିଂସା: ମୌଲାନା ତକୀର ରାଜାଙ୍କୁ ଗିରଫ କଲା ପୁଲିସ
୧୯-ତାମିଲନାଡୁ:ବିଜୟ ଥାଲାପତିଙ୍କ ନିର୍ବାଚନୀ ରାଲିରେ ଦଳାଚକଟା ଘଟି ୩୮ ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ।
୨୦-ଝାରସୁଗୁଡ଼ା ମଞ୍ଚରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା, ଚିପ୍ ରୁ ସିପ୍ ଯାଏଁ ଭାରତ ହେବ ଆତ୍ମନିର୍ଭର।
୨୧-୨୦୨୯ ସୁଦ୍ଧା ଦେଶରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
୨୨-ପଶ୍ଚିମବଙ୍ଗର ବହରାମପୁର ଅନ୍ତର୍ଗତ ଖାଗରା ଶ୍ମାଶାନ ଘାଟ ଦୁର୍ଗାପୂଜା :ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛି ମଣ୍ଡପ।ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।
୨୩-ବଡ ଝଟକା ; ପୁଣି ବଢିଲା ସୁନା ଦର।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୦୫,୮୫୦ ଟଙ୍କା ରହିଛି ।
