November 26, 2024

ବିତ୍ତୀୟ ସାକ୍ଷରତା କର୍ମଶାଳା 

Share

 

ତା – ୨୮/୦୯/୨୪ ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓଡିଶା ଶାଖା ତରଫରୁ ବିତ୍ତୀୟ ସାକ୍ଷରତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳା ରେ ସ୍ଥାନୀୟ ବ୍ୟାଙ୍କ ଅଫ ଇଣ୍ଡିଆର ସହକାରୀ ଶାଖା ପରିଚାଳକ ଚନ୍ଦନ କୁମାର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟାଙ୍କର ଉପଭୋକ୍ତାଙ୍କ ପାଇଁ ପ୍ରଚଳିତ ସରକାରୀ ଆର୍ଥିକ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମଞ୍ଚାସୀନ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରିଜର୍ଭ ବ୍ୟାଙ୍କର ବିତ୍ତୀୟ ସାକ୍ଷରତା କେନ୍ଦ୍ରର ଉପଦେଷ୍ଟା ରବୀନ୍ଦ୍ର ପ୍ରଧାନ ଏବଂ ମୁନା ରାଉଳ ପ୍ରମୁଖ ସାଧନ ବ୍ୟକ୍ତି ଭାବେ ଉପସ୍ଥିତ ରହି ଉପଭୋକ୍ତା ମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଆର୍ଥିକ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ  ସାଇବର ସୁରକ୍ଷା ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ ଶାଖାର ସମସ୍ତ ସ୍ବେଛାସେବୀମାନେ କର୍ମଶାଳାରେ ଯୋଗଦେଇ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅଧ୍ୟାପକ ପି ଦିପକ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଦୀପୁ ଭୂୟାଁ, ଗଙ୍ଗାଧର ରଣା, ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ସ୍ୱରୂପରାଣୀ ବିଶ୍ୱାଳ, ବିଭାସ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ବିଶୋଇ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼ ଏବଂ ମହେଶ୍ୱର ନାଇକ ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.