September 22, 2026

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ମଶାରୀ ବଣ୍ଟନ କରାଯାଇଛି l

IMG-20240928-WA0011
Share

 

ଆଜି ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ଆଶ୍ରମ ଛକ ନିକଟ ତିନିଶହ ପରିବାରକୁ ଡେଙ୍ଗୁରୁ ରକ୍ଷା ପାଇବାପାଇଁ ମଶାରୀ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ କ୍ଳବର ସଭାପତି କୈଳାଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନ ରେ ରୋଟାରୀ କ୍ଳବ 3262 ଡିଷ୍ଟ୍ରିକ ଗଭର୍ଣ୍ଣର ଯାଜ୍ଞଶିଷ ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ନାୟକ, ଝରଣା ନାୟକ, ଅଜିତ କୁମାର ରାୟ,କୃଷ୍ଣ ଚନ୍ଦ୍ର ପାତ୍ର, ସୁବାସ କୁମାର ପଣ୍ଡା, ଦେବଦତ୍ତ ଷଡ଼ଙ୍ଗୀ ଓ ପିତାମ୍ବର ମହାପାତ୍ର ପ୍ରମୁଖ ଆଶ୍ରମ ଛକ ବସ୍ତିରେ ପ୍ରତ୍ୟେକ ଘର କୁ ଘର ବୁଲି ତିନିଶହ ପରିବାର କୁ ମଶାରୀ ବାଣ୍ଟିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ