September 29, 2024

ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ…*

Share

 

ଜିଲ୍ଲାପାଳ ସମ୍ମିଳନୀ ଦୁଇ ଦିନ ଧରି ହେବ।ଲୋକ କଲ୍ୟାଣ ପାଇଁ ଉତମରୁ ଉତ୍ତମ ନୀତି ନିର୍ଧାରଣ କରିବେ ସରକାର। ଗ୍ରାଉଣ୍ଡରେ ଜିଲ୍ଲାପାଳ ମାନେ ପହଞ୍ଚବେ।ଭୁବନେଶ୍ୱର କଟକ ଛାଡି ଦେଲେ ଗାଁ ଗଣ୍ଡାରେ ସରକାର କହିଲେ ଆପଣ ଙ୍କୁ ବୁଝାଏ।ଯୋଜନା ସଫଳ ଦାୟିତ୍ଵ ଆପଣଙ୍କ ହାତରେ।ଯୋଜନା ସଫଳ ରୂପାୟନ ହେଲେ ରାଜ୍ୟରୁ ଦାରିଦ୍ର୍ୟ ହଟିବ।ଆମ ସରକାର ଲୋକଙ୍କ ସରକାର।ରାଜ୍ୟର ବିକାଶ ଆମର ଦାୟିତ୍ବ।ଲୋକଙ୍କ ସୁଖ ଦୁଃଖର ସାଥୀ ଆମେ ହେବୁ।ଆପଣଙ୍କ ନିଷ୍ଠ ସବୁ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚଇବ। ଓଡ଼ିଶା ଏକ ସମ୍ବକରେ ଧନୀ ରାଜ୍ୟ।କିନ୍ତୁ ତାହା ଠିକ୍ ଭାବେ ବିନିଯୋଗ ନ ହୋଇପାରିନି।ଅପାରଗ ଙ୍କ ହାତକୁ ସରକାର ଚାଲିଯାଇଥିଲା।ଲୋକଙ୍କ କାର୍ଯ୍ୟ ହୋଇପାରିନାହିଁ। ସେକାଳ ପଖାଳ ଆଉ ନାହିଁ।ନୂଆ ସୂଜ୍ୟ ଉଦୟ ହୋଇଛି ଲୋକଙ୍କ ସରକାର ଆସିଛି।ଯାହା ପୁରୁଣା ଥିଲା ସେ ସମୟ ଚାଲିଯାଇଛି।ଯାହା ପୂର୍ବ ସରକାର ରେ ବ୍ଲକ ଲିଷ୍ଟ ଥିଲା ତାହା ବିସର୍ଜନ ହୋଇଯାଇଛି।ଯିଏ ଦୋଷୀ ଆମ ସରକାର କାହାକୁ କ୍ଷମା ଦିଆ ଯିବ ନି।ଆମର ଅନେକ ଅଫିସର ଠିକ୍ ଭବେ କାର୍ଯ୍ୟ କରୁଥିବେ ତାଙ୍କ ଉପରେ ହେଉଥିବା ଆକ୍ରମଣ ସମୟରେ ତାଙ୍କୁ ଉପର ଅଧିକାରୀ ସୁରକ୍ଷା କାହିଁକି ଦେଉ ନାହାନ୍ତି।କିନ୍ତୁ ଆମ ସରକାରରେ ତାହା ହେବ ନି।ସମସ୍ତ ଙ୍କୁ ସମ୍ମାନ।ଚୋରା ମଦ କାରବାର ରୋକ୍ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ।ଯଦି ଠିକ୍ ଭବେ କାର୍ଯ୍ୟ ନ ହୁଏ ତେବେ ସେଥିପାଇଁ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ।ଯଦି କାହାର କିଛି କ୍ଷତି ଘଟେ ଆମ ସରକାର କାହାକୁ ଛାଡିବେ ନାହିଁ।ଆଦିବାସୀଙ୍କୁ ବି ଆଜିକା ଦିନରେ ହଇରାଣ ହର୍କତ ହେବାକୁ ପଡ଼ୁଛି।ଯଦି ସେମାନେ ତାଙ୍କ ଜଙ୍ଗଲ ଜାତୀୟ ଦ୍ରବ୍ୟକୁ ବିକ୍ରୟ କରିବାକୁ ଯାଆନ୍ତି ତାଙ୍କୁ ବିଭିନ୍ନ ଆଳ ଦେଖାଇ କଷ୍ଟ ଦିଆ ଯାଏ ଏବଂ ଜେଲରେ ଭର୍ତ୍ତି କରାଯାଏ।ଆମ ପାଖରେ ସେ ଭଳି ଆଇନର ଆବଶ୍ୟକ ନାହିଁ ଯେଉଁଥିରେ ଆମ ଆଦିବାସୀ ଜନ ଜାତିଙ୍କୁ କ୍ଷତି ପହଞ୍ଚାଉଥିବ।ଦୁଇ ଦଶନ୍ଧି ମଧ୍ୟରେ ଶିକ୍ଷା ବୁଡି ଯାଇଛି।ପୂର୍ବ ସରକାର ୫ଟି ନାଁରେ ରଙ୍ଗ ମାରି ଭୁଆଁ ବୁଲାଇବା।ଶିକ୍ଷାର ଭିତି ଭୂମିର ପ୍ରାଥମିକତା କୁ ଗଲା ସରକାର ଦେଖି ପାରିନଥିଲେ।ଯାହା ପାଇ ଆମ ଭବିଷ୍ୟତ ପଣିକିଆ ମଧ୍ୟ ଜାଣିପାରି ନାହାନ୍ତି। ଯାହା ପାଇଁ ଗତ ସରକାରରେ ମୁଁ ଚିଠି କରିଥିଲି କି DMF ଫଣ୍ଡ ଖର୍ଚ୍ଚ କରି ଶିକ୍ଷାର ମାନ ବୃଦ୍ଧି ହେଉ।ଖାଲି ସେତିକି ନୁହେଁ ମୁଁ ଆମ କେନ୍ଦୁଝର ଜିଲ୍ଲାପାଳଙ୍କୁ ବି ଚିଠି ଲେଖି କହିଲି କିନ୍ତୁ ସେ ଭୟ କଲେ ଆଉ କହିଲେ ମୁଁ ସରକାରଙ୍କୁ ଚିଠି ଲେଖିଦେଇଛି।ଶିକ୍ଷାର ମାନ ବୃଦ୍ଧି ପାଇଁ ମଡେଲ ଓ ଫିଡର୍ ସ୍କୁଲ ଭାବେ ଆମେ କରିବା ଶିକ୍ଷକ ଯେମିତି ସବୁ ସ୍କୁଲରେ ରହୁଥିବା ପିଲା ଠିକ୍ ଭବେ ପାଠ ପଡ଼ି କଲେଜକୁ ଯାଇପାରିବେ।ଗଲା ସରକାରରେ କିନ୍ତୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେଇ ପାରିନଥିଲେ କିନ୍ତୁ କହୁଥିଲେ ୫ଟି। ଶିକ୍ଷା ସହ ସ୍ବାସ୍ଥ୍ୟ ବିଭାଗ ଜଡ଼ିତ। ଆମର ଯାହା ଏକ ଅଙ୍ଗ।ଆମ୍ବୁଲାନ୍ସ ପିକପ ପଏଣ୍ଟ କୁ ଆସିପାରିବ ଆଉ ଖଟିଆରେ ରୋଗୀ ନ ବୁହା ହେବେ ତାକୁ ଆମେ ଗୁରୁତ୍ଵଦେବା।CHC, PHC ଓ DHH ରେ ଡାକ୍ତର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ ତାକୁ ପୁରାଣ ଦେବାକୁ ଲକ୍ଷ ରଖିବା।ଚାଷୀ ଆତ୍ମହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆଗକୁ କେମିତି ନ ହେବ ଆମ ସରକାର ତାକୁ ଗୁରୁତ୍ଵ ଦେବେ। ଗତ ସରକାର ଚାଷୀଙ୍କ ଦିଗରେ ଫେଲ ମାରିଥିଲେ।ଲମ୍ବା ସମୟ ଧରି ଅଫିସର ରହୁଛନ୍ତି।କିନ୍ତୁ ନିୟମ କହୁଛି ତିନି ବର୍ଷ ରହିବାର କିନ୍ତୁ ଗୋଟେ ଅଫିସର ୨୦ରୁ ୧୫ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି।ଯାହା ପାଇଁ ଶାସନରେ ବ୍ୟାଘର୍ତ ସୃଷ୍ଟି କରିଛନ୍ତି କିନ୍ତୁ ଆମ ସରକାର କାହାକୁ ପ୍ରସୟ ଦେବେ ନାହିଁ।ଯାହାର ଯେତିକି ଦିନ ଗୋଟେ ସ୍ଥାନରେ ରହିବା କଥା ରହିବେ।ପୂର୍ବ ସରକାରରେ ଅଫିସର ମାନେ ଜନ ପ୍ରତିନିଧିଙ୍କୁ ସମ୍ମାନ ଦେଉନଥିଲେ। ମୁଁ ତାହାର ଭୁକ୍ତଭୋଗି।ଆମେ ଏହାକୁ କିପରି ପରିବର୍ତ୍ତନ କରି ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବା ଆରମ୍ଭ କରି ଦିଅନ୍ତୁ। ପୂର୍ବ ସରକାରରେ ଅଫିସର ଗର୍ବରେ ପଡ଼ିଯାଇଥିଲେ।ରାଜ୍ୟ ମନ୍ତ୍ରୀ ମାନଙ୍କୁ ଜାଣି ପାରିନଥିଲେ।କିନ୍ତୁ ମୁଁ ଭାବୁଛି ଆଉ ଆପଣ ମାନଙ୍କ ମଧ୍ୟରେ ଗର୍ବ ନଥିବ।ବୁକ୍ ସର୍କୁଲାର ୪୭କୁ କାର୍ଯ୍ୟକାରୀ ସଠିକ୍ ଭାବେ କରନ୍ତୁ। ମୁଁ ମୋର ଉଦାହରଣ ଦେଲି ମୁଁ କୌଣସି ବଡ଼ ବଡ଼ ଲୋକଙ୍କ କଥା କହିନାହିଁ।ଆମକୁ ମିଳିଥିବା ଦାୟିତ୍ଵ କୁ ସଠିକ୍ ଭାବେ କର୍ଯ୍ୟକରିବା ମୋର୍ ଆଶା।ପ୍ରାୟ ୨୭ ବର୍ଷ ହେବ ମୁଁ ଓଡ଼ିଶା ବାସୀଙ୍କ ସୁଖ ଦୁଃଖରେ ଜଡ଼ିତ ଅଛି। ମୁଁ ଲୋକଙ୍କ କଷ୍ଠ ବହୁ ନିକଟରୁ ଦେଖିଛି।ଆଜି ମୁଖ୍ୟମନ୍ତ୍ରୀ ହେଲା ପରେ ବି ମୋ ନିକଟକୁ ସେହି ବ୍ୟଥା ଓ ଦୁଃଖ ଆସୁଛି।ତ୍ୱରିତ ସମାଧାନ କରିବା ପାଇଁ ମୁଁ ସବୁ ବେଳେ ପ୍ରଚେଷ୍ଟା କରିବି।ଯାହା ସେଦିନ ସ୍ବପ୍ନ ଦେଖିଥିଲି ଆଜି ମହାପ୍ରଭୁ ଓ ରାଜ୍ୟବାସୀଙ୍କ ଆଶ୍ରିବାଦରେ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛି।ଆଉ ଯାହା ସ୍ବପ୍ନ ଦେଖିଥିଲେ ତାହାକୁ କାର୍ଯ୍ୟ କରିକରିବା ପାଇଁ ମୁଁ ସଂକଳ୍ପ ବଧ।ନୂଆ ସରକାର ଆସିବାର ପ୍ରଥମ ୧୦୦ଦିନ ଭିତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ। ଆପଣଙ୍କ ସହଯୋଗରେ ଆହୁରି ଆଗକୁ ଯିବ ରାଜ୍ୟର ବିକାଶ।ସରକାର ଆରମ୍ଭ କରିଥିବା ଯୋଜନା ସମୟରେ ଆରମ୍ଭ ହେବ ଓ ଶେଷ ହେବା।କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରିଛି କି ଏଥିରେ ତ୍ରୁଟି ଦେଖା ଯାଇଆସୁଛି।ମାର୍ଚ୍ଚ ମାସ ଆସିଲେ ବିଜୁଳି ବେଗରେ କାର୍ଯ୍ୟ ହୁଏ କିନ୍ତୁ ମଥର ଗତିରେ ଆମେ ପୂର୍ବରୁ କାହିଁକି କରୁ।ତେବେ ଯଦି ଆପଣ ମାନେ କିଛି ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଭାଗକୁ ଜାଣନ୍ତୁ ଯଦି ନ ହୋଇପାରୁଛି ତେବେ ମୁଖ୍ୟମନ୍ତ୍ରୀଙ୍କୁ ଜାଣନ୍ତୁ।ମୋର୍ ଗୋଟେ ଅନୁଭୂତି ଅଛି ବିଧାନସଭାରେ sc bc ବୈଠକ ହୁଏ ବିଧାୟକ ମାନଙ୍କୁ ଏହି କ୍ଷମତା ଅଛି। ଫିଜିକାଲ ପୋଗ୍ରମର ସ୍ଥିତି କଣ ରହିଛି ଜାଣିବା ସହ ଶେଷ କରିବା ପାଇଁ ବିଚାର କରାଯାଏ।କିନ୍ତୁ ତାହା ହେଉନଥିଲା।ହେଲେ ଆମ ସରକାରରେ ହେବ।ଅର୍ଥ ବର୍ଷର ଶେଷକୁ ଆମେ ଅପେକ୍ଷା କରିଥାଉ କିନ୍ତୁ ଯଦି ତାହା ଠିକ୍ ସମୟରେ ହେବ ତାହାଲେ ଲୋକେ ଉପକୃତ ହୋଇପାରନ୍ତେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଲୋକଙ୍କ ଟଙ୍କାକୁ ଲୋକଙ୍କ ପାଇଁ ସଠିକ୍ ଭାବରେ ବିନିଯୋଗ କରନ୍ତୁ।ତିନି ମାସ ମଧ୍ୟରେ ମୁଁ ଯେତିକି ଜାଣିବାକୁ ପାଇଲି ପୂର୍ବ ସରକାର ରେ ଅନେକ କଥା ଘଟାଇଛନ୍ତି।ଲୋକେ ଯାହା ପାଇଁ ଅନେକ ସେବାରୁ ବଞ୍ଚିତ ହେଉଛନ୍ତି।ଅନିୟମିତତା ଦୃଷ୍ଟିକୁ ଅନେକ ଆସିଛି।ତାହାକୁ ଆପଣ ମାନେ ଯାଞ୍ଜ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।ଦୁର୍ନୀତି କୁ ଆମ ସରକାର କେବେ ବି ପ୍ରଶ୍ରାୟ ଦେବେ ନାହିଁ। ତଳ ଆଡ଼ୁ ଚାଷୀଙ୍କର ହାର ଭାରତ ବର୍ଷରେ ଦୁର୍ତିୟ।ଆମ ରାଜ୍ୟର ପ୍ରାୟ ୯୨ପ୍ରତିଶତ ଚାଷୀ କ୍ଷୁଦ୍ର ନାମମାତ୍ର ଚାଷୀ। ଦେଖିଲେ ହିଁ ବିଶ୍ୱାସ କରି ହେବ। ମୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି କିଛି ଦିନ ସମୟ କାଢି ଫିଲ୍ଡ ଭିଯିଟ କରନ୍ତୁ।ଥାନା,ଅଙ୍ଗନୱାଡ଼ି ଓ ସ୍କୁଲ ଭଳି ସ୍ଥାନକୁ ପରିଦର୍ଶନ କରନ୍ତୁ।ଭୟ ହୁଏତ ଆସିବ ତ୍ରୁଟି ଦେଖିଲେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।ମୋ ସହ ଘଟିଥିବା ଘଟଣାକୁ ରଖୁଛି।ପାଣି ପାଇଁ ରୋଡ ବ୍ଲକ କଲେ ଲୋକେ ମୁଁ ଲୋକପ୍ରତିନିଧି ଭାବେ ତାଙ୍କ ସହ ଠିଆ ହେଲି।ଥାନା କୁ ଗଲି ଅଫିସରଙ୍କୁ ଜଣାଇଲି।କିନ୍ତୁ ଥାନା ଅଧିକାରୀ ଉତ୍କ୍ଷିପ୍ତ ହୋଇ ମୋତେ ଗେଟ୍ ଆଉଟ୍ କହିଥିଲେ ମୁଁ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ ସୁଦ୍ଧା।କିଏ ତାଙ୍କୁ ଏଭଳି କରିବାକୁ ନିର୍ଦ୍ଦେଶ ଦେଲେ ମୁଁ ଜାଣିନାହିଁ।ତେବେ ମୋ ପୋଲିସ ଆସିଲା କେଉଁଠୁ? ମୁଁ ବିଧାୟକ ଓ ପ୍ରାଥୀ ହୋଇଥିଲେ ବି କଣ ମୁଁ ଥାନା କୁ ଯାଇପାରିବି ନାହିଁ। ମୋ ଉପରେ ଆକ୍ରମଣ କଲେ କଣ ମୁଁ ଅଭିଯୋଗ କରିପାରିବି ନାହିଁ।କିନ୍ତୁ ସମୟ ବଦଳିଲା। ମୁଁ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲି ସେହି ବିଭାଗର ଦାୟିତ୍ୱରେ ରହିଲି।ଭାବନ୍ତୁ ତାଙ୍କର କଣ ହେଉଥିବ।କିନ୍ତୁ ମୁଁ ତାଙ୍କୁ କ୍ଷମା କରିଦେଲି।କିଏ ତାଙ୍କୁ ନିର୍ଦ୍ଦେଶ ଦେଲ ମୁଁ ଜାଣିନାହିଁ କିନ୍ତୁ ପୋଲିସ ଏମିତି ହେବା କେତେ ଯଥାର୍ଥ। ବାଲି ଓ ଖଣି ପରି ଅନେକ ଲଘୁ ଦ୍ରବ୍ୟକୁ ଲୁଟି ନେଇଛନ୍ତି।କେବଳ ରାଜସ୍ବ ନଷ୍ଟର କଥା ନୁହେଁ ପରିବେଶ ବି ନଷ୍ଟ ହେଉଛି।ରାଜ୍ୟ ଓ କେନ୍ଦ୍ରର ଯୋଜନାକୁ କିଭଳି ଗ୍ରାଉଣ୍ଡରେ ପହଞ୍ଚାଇବା ତାକୁ ପ୍ରାଧାନ୍ୟ ଦେବା।ଶାସନ ଓ ପ୍ରଶାସନର ଏକତାର ହିଁ ରାଜ୍ୟ ଓ ରାଜ୍ୟବାସୀ ଆଗକୁ ଯିବେ।