June 13, 2026

ପେଗମ୍ବର୍ ମହମ୍ମଦ ଙ୍କ ଜନ୍ମୋତ୍ସବ ପାଳିତ

IMG-20230928-WA0081
Share

 

ତିର୍ତ୍ତୋଲ :-ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନ ବିରିତୋଳ ପଞ୍ଚାୟତ , ରସୁଲପୁର ସ୍ଥିତ, ଜାମିଆ ଅଲ୍ ହବିବ୍ ଟ୍ରଷ୍ଟ ଆନୁକୂଲ୍ୟରେ , ଜସନ୍ ଇ ଇଦ ମିଲାଦୁନ ନବି ଙ୍କ ଦ୍ଵାରା ଓ ଶେଖ୍ ରିୟାଜତ୍ ହୋସେନ ଅଜହରି ଓ ଶେଖ୍ ତମିଜ୍ ଉଦ୍ଦିନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଇସଲାମ ଧର୍ମର ପ୍ରଚାରକ ପେଗମ୍ବର ମହମ୍ମଦ ମହାପୁରୁଷ ଙ୍କ ଜନ୍ମ ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଶହ ଶହ ଛାତ୍ର ଛାତ୍ରୀ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ମୌଲାନା ଅସିଜ୍ ମିସ୍ ବାଲା , ମୌଲାନା ଜରଗନି ଅକାରି , କ୍ୟୁନି ଫୈଜନ ଙ୍କ ସମେତ ଶେଖ୍ ଗୋଲାମ ରବାନି , ସମିତି ସଭ୍ୟ ଜର୍ ବକତ୍ ଖାଁନ , ଶେଖ୍ ତୟୁର ଅଲ୍ଲୀ , ଶେଖ୍ ଅକିକ ଉଦ୍ଦିନ , ଶେଖ୍ ସମ୍ର ରୁ ଦିନ , ଶେଖ୍ ଅହମଦ ହୋସେନ , ମହେବୁବ୍ , ମିର ଦିୟାନତ୍ ଅଲ୍ଲୀ ଓ ସାଦିସ୍ ଅକ୍ତାର ପ୍ରମୁଖ ଏହି ଧର୍ମୀୟ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ । ତେବେ ସବୁବେଳେ ସମାଜର ହିତ ସାଧନ ନିମନ୍ତେ ନିଜକୁ ଉତ୍ସର୍ଗ କରିବାପାଇଁ , ମହାପୁରୁଷ ମହମ୍ମଦ, ଉପଦେଶ ଦେଉଥିଲେ। ତେଣୁ ତାଙ୍କର ମାର୍ଗ ଦର୍ଶନ ରେ ପରିଚାଳିତ ହେବାପାଇଁ ଆମେ ଏହି ଶୋଭା ଯାତ୍ରାରେ ଆହ୍ବାନ ଦେଉଛୁ ବୋଲି, ମୂରବୀ ଲାଲା ଭାଇ ସୂଚନା ପ୍ରଦାନ କରିଥିଲେ।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed