November 25, 2024

ନବରଙ୍ଗପୁର-: ସ୍କୁଲ ପିଲାଙ୍କୁ ଜିଲ୍ଲା କ୍ରୀଡା ଉତ୍ସବ ଯାଉଥିବା ଘରଇ ବସ ଦୁର୍ଘଟଣାଗ୍ରସ୍ତ ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍ ଓଲଟିବା ଘଟଣା, ଓଭର ଲୋଡ୍ ର ତଦନ୍ତ ଆରମ୍ଭ ।

Share

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ର ୧୦-୧୨ ଟି ଉଚ୍ଚ ବିଦ୍ୟାଳୟର ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ଥରୀୟ କ୍ରୀଡା ଉତ୍ସବକୁ ଯୋଗ ଦେବା ପାଇଁ ଚନ୍ଦାହାଣ୍ଡି ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ । ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଛାତ୍ରଛାତ୍ରୀ ବୋଝେଇ ବସ୍ । ଯାହା କି ଉମରକୋଟ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ର ବୋଲି ଜଣାପଡିଛି କ୍ରୀଡା ଶିକ୍ଷକ ପ୍ରଭାସ ଜେନା,(29)ମୃତ ୨୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ । ଗୁରୁତର ଦୁଇ ଶିକ୍ଷକ ଓ ଡ୍ରାଇଭର ସହ ୧୦ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । ଅନ୍ୟ ଆହତଙ୍କ ଚିକିତ୍ସା ଚନ୍ଦାହାଣ୍ଡି ଓ ଝରିଗାଁ ଡାକ୍ତର ଖାନାରେ ଜାରି । ଘଟଣା ସ୍ଥଳରେ ପହଂଚିଲେ ନବରଙ୍ଗପୁର ଏସପି, ଉପ-ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଉମରକୋଟ ଏସଡିପିଓଙ୍କ ସହ ବହୁ ଜିଲ୍ଲା ସ୍ଥରୀୟ ଅଧିକାରୀ । ଦୁର୍ଘଟଣା ଗ୍ରସ୍ତ ବସ୍ ରେ ୩୪ ଜଣ ଯାତ୍ରୀ ଯାତ୍ରା କରିବାର କାପାସିଟି ରହିଥିବାବେଳେ ସେଥିରେ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଯାତ୍ରା କରୁଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ । ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଥିବାବେଳେ ଗାଡି ର ସମସ୍ତ କାଗଜ ପତ୍ର ବୌଧ ଥିବା ଓ ଚନ୍ଦାହାଣ୍ଡି ଗସ୍ତ ପାଇଁ ସ୍ବତନ୍ତ୍ର ଅନୁମତି ନେଇଥିବା କହିଛନ୍ତି ବସ୍ ମାଲିକ ଅଜିତ କୁମାର ପ୍ରଧାନ ।ଯାହା କି କିଛି ବର୍ଷକ ତଳେ ସେହି ସ୍ଥାନ ପାଖାପାକି ଠାରେ ଉମରକୋଟ ଅରବିନ୍ଦ ସ୍କୁଲ ର ଛାତ୍ର ଛାତ୍ରୀ ସ୍କୁଲ ବସ ରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ଏବଂ ସାଂସ୍କୃତିକ ନାଟକ ଗାଡ଼ି ମଧ୍ୟ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଯାହା ଆଜି ବି ସେଭଳି ଦୁର୍ଘଟଣା ହୋଇଛି