September 29, 2024

ଦୃଷ୍ଟିହୀନ ସାରଳା ସେବାୟତ ଙ୍କ ଏକାଦଶାହ ରେ ଯୋଗଦେଲେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି

Share

ଦୃଷ୍ଟିହୀନ ସାରଳା ସେବାୟତ ଙ୍କ ଏକାଦଶାହ ରେ ଯୋଗଦେଲେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି
==================== ତିର୍ତ୍ତୋଲ :-ପ୍ରସିଦ୍ଧ ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ଦୃଷ୍ଟିହୀନ ସେବକ ସ୍ବର୍ଗତଃ ବାବାଜୀ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଗତ ବୁଧବାର ସନ୍ଧ୍ୟାରେ, ତାଙ୍କର କନକପୁର ସ୍ଥିତ ବାସଭବନ ରେ ଆୟୋଜିତ , ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା । ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷ ମନୋଜ ଭୋଇ , ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ , ଆତ୍ମାଅଧ୍ୟକ୍ଷ ଦେବେନ୍ଦ୍ର ମଲ୍ଲିକ , ପୁର୍ବତନ ଆତ୍ମାଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର , ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଶିକ୍ଷାବିତ ସର୍ବେଶ୍ୱର ପଣ୍ଡା,ଯୁବନେତା ଯଶୋବନ୍ତ ରାଉତ , ଇଞ୍ଜିନିୟର ସୁମିତ ଦାସ , ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ଶରତ କୁମାର ଦାଶ , ସାମ୍ବାଦିକ ଶ୍ରୀକାନ୍ତ ଦାଶ , ସାମ୍ବାଦିକ ଗୌରାଙ୍ଗ ସ୍ୱାଇଁ , ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ , ସାମ୍ବାଦିକ ଭାଗବତ ପ୍ରସାଦ , ସାମ୍ବାଦିକ ଦିପ୍ତିମୟୀ ବିଶ୍ୱରଂଜନ, ସାମ୍ବାଦିକ କୈଳାସ ବେହେରା,ବିଶିଷ୍ଟ ସମାଜସେବୀ ଜନନେତା ଯୁଧିଷ୍ଠିର ସେଠୀ , ବିଜେଡ଼ିନେତା ପ୍ରଫେସର ରମାକାନ୍ତ ଭୋଇ , ସମିତିସଭ୍ୟ ରମେଶ ଚନ୍ଦ୍ର ବାରିକ , ସାରଳା ମନ୍ଦିର ପ୍ରଶାସନଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ୟ୍ଯରଞ୍ଜନ ପରିଜା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ବର୍ଗତ ରାଉଳ ଙ୍କ ବଡ଼ପୁଅ ହରେକୃଷ୍ଣ ରାଉଳ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ , ରମାକାନ୍ତ ରାଉଳ , ବିଶ୍ବରଂଜନ ରାଉଳ , ତ୍ରିଲୋଚନ ରାଉଳ , ବିଷ୍ଣୁ ଚରଣ ରାଉଳ ଓ ପ୍ରଳୟ ରାଉଳ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା “