August 30, 2026

ଆଦର୍ଶ ଯୁବ ପରିଷଦ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳିତ

IMG-20260828-WA0066
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ।ଭଉଣୀ ର ଏହି ଅଳି ମନୋଭାବ ରାକ୍ଷୀ ପୂର୍ଣ୍ଣିମା ରେ ଭାଇ ଭଉଣୀ ର ପବିତ୍ର ସମ୍ପର୍କ କୁ ଚିର ଉଜ୍ଜିବିତ କରି ରଖିଛି। ସାରା ଦେଶରେ ପବିତ୍ର ରକ୍ଷା ବନ୍ଧନ ପାଳନ କରାଯାଉଛି। ଏହି ପ୍ରରୀପ୍ରେକ୍ଷି ରେ ରକ୍ଷା ବନ୍ଧନ କୁ ଏକ ନିଆରା ଢଙ୍ଗରେ ବାଲେଶ୍ଵର ଜିଲ୍ଲା ସୋର ର ଆଦର୍ଶ ଯୁବ ପରିଷଦ ପାଳନ କରିଛି। ଆଜି ଆଦର୍ଶ ଯୁବ ପରିଷଦ ତରଫରୁ ସାଜନପୁର ପଞ୍ଚାୟତ ର ୧ ନମ୍ବର ୱାର୍ଡର ବ୍ରହ୍ମପୁର ଗ୍ରାମରେ ଅସହାୟ ସ୍ଵାମୀ ପରିତ୍ୟକ୍ତା ମହିଳା ଆରତୀ ଜେନାଙ୍କ ଘର ଛାତ ପକାଇବା ପାଇଁ ଅସହାୟତା ବିଷୟରେ ଖବର ପାଇ ପରିଷଦର ଭାଇ ଭଉଣୀ ମାନେ ତାଙ୍କ ଘରେ ପହଞ୍ଚିଥିଲେ। ଆରତୀ ପରିଷଦର ଭାଇ ମାନଙ୍କ ହାତରେ ରାଖି ବାନ୍ଧିବା ପରେ ପରିଷଦ ତରଫରୁ ଭଉଣୀ କୁ ରାଖି ର ଭେଟି ସୂରୁପ ତାଙ୍କର ଅର୍ଧ ନିର୍ମିତ ଘର ପାଇଁ ୩୦ ବସ୍ତା ସିମେଣ୍ଟ ସୂରୁପ ୧୦୦୦୦ ଟଙ୍କା ପ୍ରଦାନ କରିଥିଲେ। ସେହିପରି ଉକ୍ତ ଗ୍ରାମର ମୁନି ପଡିଆ ସ୍ଥିତ ଲିମ୍ବ ଗଛରେ ରାକ୍ଷୀ ବାନ୍ଧି ବୃକ୍ଷ ସହ ପରିବେଶ ର ସୁରକ୍ଷା ବାର୍ତ୍ତା ଦେଇଥିଲେ। ରାକ୍ଷୀ ପୂର୍ଣ୍ଣିମା ରେ ସବୁଆଡେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥିବା ବେଳେ ସୋର ଅଞ୍ଚଳର ଆଦର୍ଶ ଯୁବ ପରିଷଦ ତରଫରୁ ଗଛରେ ରାକ୍ଷୀ ବାନ୍ଧିବା ସହ ଜଣେ ଅସହାୟ ସ୍ଵାମୀ ପରିତ୍ୟକ୍ତା ମହିଳା କୁ ଭଉଣୀ ର ଆଖ୍ୟା ଦେଇ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଗ୍ରାମବାସୀ ମାନଙ୍କ ତରଫରୁ ଆଦର୍ଶ ଯୁବ ପରିଷଦ କୁ ସାଧୁବାଦ ଓ ପ୍ରଶଂସା କରାଯାଇଛି।ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରୃଥିବି ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗିରିଜା ଶଙ୍କର ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ରାଉଳ, ଶକୁନ୍ତଳା ଜେନା, ଧିରଜ କୁମାର ବେହେରା, ଅଞ୍ଜନ କୁମାର ଦାସ, ଦେବାଶିଷ ମହାନ୍ତି, ଚନ୍ଦନ ପତି, ନିରୋଦ କୁମାର ମୁଦୁଲି, ପଙ୍କଜ ଜେନା, ପୁନମ ସାହୁ, ପ୍ରମିଳା ରାଉତ, ସୁକାନ୍ତି ପ୍ରଧାନ, ନିବେଦିତା ପୋଇ, ରଞ୍ଜିତା ଅଗସ୍ତି, ମମତା ସାହୁ, ଜ୍ୟୋତି ପ୍ରକାଶ ଦୀକ୍ଷିତ ଉପସ୍ଥିତ ଥିଲେ।