March 10, 2026

ଗମ୍ଭାରିପାଲି ରେ ନୂଆଖାଇ ଭେଟଘାଟ 

IMG-20250828-WA0042
Share

 

 

ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ

 

ସାପଶ୍ଚିମ ଓଡିଶା ର ସିଘା ତିହାର ନୁଆଁଖାଇ ପର୍ବ ଅବସରରେ ଗୁରୁବାର ଦିନ ଅତାବିରା ବ୍ଲକ ଗମ୍ଭାରୀପାଲି ବସ୍ତି ଗଣେଶ ପୂଜା କମିଟି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ନୃତ୍ୟ ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଚିତ୍ରାଙ୍କନରେ ପ୍ରିୟଲ କର୍ଣ୍ଣ -ପ୍ରଥମ, ଅଙ୍କିତ ସେଠ -ତ୍ଵିତୀୟ ଓ ରୁଦ୍ରାଂଶ କର୍ଣ୍ଣ ତୃତୀୟ ସ୍ଥାନ ଅଧିକାର କରିଥିଲେ l ମ୍ୟୁଜିକାଲ ଚେୟାର ରେ ନିବେଦିତା ପ୍ରଧାନ -ପ୍ରଥମ, ଶର୍ମିଷ୍ଠା ପ୍ରଧାନ -ଦ୍ଵିତୀୟ, ବିୟୁଟି ମାହାର -ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ନୃତ୍ୟ ରେ ପିହୁ କର୍ଣ୍ଣ -ପ୍ରଥମ, ମନୀଷା ମାହାର -ଦ୍ଵିତୀୟ ଓ ଶର୍ମିଷ୍ଠା ପ୍ରଧାନ -ତୃତୀୟ ସ୍ଥାନ ଅଧିକାର କରିଥିଲେ l ମା ମାହେଶ୍ୱରୀ ମନ୍ଦିର ପରିଚାଳନା କମିଟିର ସଭ୍ୟ ଲକ୍ଷ୍ମଣ ପ୍ରଧାନ, ରେଳବାଇ କର୍ମଚାରୀ ଶାଶ୍ୱତ କର୍ଣ୍ଣ ଓ ଗଣେଶ ପୂଜା କମିଟିର ସଭାପତି ନନ୍ଦକାହ୍ନା ମହାକୁର ନିମନ୍ତ୍ରିତ ଅତିଥି ରୂପେ ଯୋଗଦାନ କରି କୃତି ପ୍ରତିଯୋଗୀମାନଂକୁ ପୁରସ୍କୃତ କରିଥିଲେ l ପ୍ରତୁଲ କୁମାର କର୍ଣ୍ଣ ପ୍ରତିଯୋଗିତା ଓ ସଭା ପରିଚାଳନା କରିଥିବା ବେଲେ ମିଳନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l