ମଧୁବୈଶ୍ୟ ସମାଜର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

ବୁଗୁଡ଼ା : ତା ୨୮/୦୮/୨୫ : ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ବୁଗୁଡ଼ା ମୁଠାର ପାରିବାରିକ ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଙ୍ଗମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମୁଠା ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼. ଅମ୍ବିକା ବିଷୋୟୀ, ମୁଖ୍ୟବକ୍ତା ଭାବେ ସମ୍ବାଦ ସାହିତ୍ୟ ଘର ସଭାପତି ରଘୁନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ମିଡ଼ିଆ କ୍ଳବ ସଭାପତି ଅନିଲ ପଟ୍ଟନାୟକ, ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ତାଲୁକା ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ସମାଜ ଗଠନର ଉପାଦେୟତା ଓ ଆବଶ୍ୟକ ନିୟମାବଳୀ ଉପରେ ମାର୍ଗ ଦର୍ଶନ କରିଥିଲେ l ଏ ଅବସରରେ କୁଳ ବେହେରା ଭାବେ କିରଣ କୁମାର ସାହୁଙ୍କୁ ଅଭିଷିକ୍ତ କରାଯାଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ସାହୁ, ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ,ସମ୍ପାଦକ ଭାବେ ନୀଳ ମାଧବ ସାହୁ,ସହ-ସମ୍ପାଦକ ଭାବେ ସନ୍ତୋଷ ସାହୁ, କୋଷାଧକ୍ଷ ଭାବେ ମନୋଜ କୁମାର ସାହୁ, ଉପଦେଷ୍ଟା ଭାବେ ରଘୁନାଥ ସାହୁ ଓ ପ୍ରଦୀପ କୁମାର ସାହୁ ଏବଂ ପରିଚାଳନା କମିଟି ସଦସ୍ୟ ଭାବେ ଅରବିନ୍ଦ ସାହୁ,କାହ୍ନୁ ଚରଣ ସାହୁ,ନିଳାଞ୍ଚଳ ସାହୁଙ୍କୁ ମନୋନୀତ କରାଯାଇଥିଲା l ନୀଳ ମାଧବ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l
