ମାଛ ମାରିବାକୁ ସମୁଦ୍ରକୁ ଯାଇଥିବାବେଳେ ଡଙ୍ଗା ଓଲଟି ଜଣେ ମୃତ

ଛତ୍ରପୁର ତା ୨୮/୮/୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ଜିଲ୍ଲା ପୋଡମପେଟାରେ ଡ଼ଙ୍ଗା ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଦୀର୍ଘ ୧୩ ଘଣ୍ଟା ପରେ ତାଙ୍କ ମୃତ ଦେହ ଉଦ୍ଧାର ହେଇଛି। ମୃତ ମତ୍ସ୍ୟଜୀବୀ ଜଣକ ହେଲେ ଗଂଜାମ ଥାନା ନୋଳିଆ ନୂଆଗାଁର ଏଙ୍ଗ. କାଲେୟା । ଘଟଣାରୁ ଜଣାପଡିଛି ଯେ ଆଜି ଭୋର ୪ଟାରୁ ନୋଳିଆ ନୂଆଗାଁର ଏଙ୍ଗ.କାଲେୟାଙ୍କ ସମେତ ୭ ଜଣ ମତ୍ସ୍ୟଜୀବୀ ମାଛ ମାରିବା ନିମନ୍ତେ ସମୁଦ୍ରକୁ ଯାଇଥିଲେ । ପୋଡମପେଟା ସମୁଦ୍ର ନିକଟରେ ମାଛ ମାରୁଥିବା ସମୟରେ ହଠାତ ଏକ ଉଚ୍ଚ ଲହଡ଼ି ଆସିଥିଲା । ଯାହାଫଳରେ ଡଙ୍ଗାଟି ଓଲଟିପଡିଥିଲା । ଡ଼ଙ୍ଗା ଓଲଟି ପଡ଼ିବାରୁ ୭ ଜଣ ଛିଟିକି ହୋଇ ସମୁଦ୍ରରେ ପଡ଼ି ଯାଇଥିଲେ । ୭ ଜଣଙ୍କ ମଧ୍ୟରୁ ୬ ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ଏଙ୍ଗ.କାଲେୟା ସମୁଦ୍ର କୂଳକୁ ଫେରିପାରି ନଥିଲେ । ଦୀର୍ଘ ସମୟ ଧରି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ କାଲେୟାଙ୍କୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଛତ୍ରପୁର ଓ ଗଞ୍ଜାମର ଦୁଇଟି ଅଗ୍ନିଶମ ବିଭାଗର ଟିମ ସମୁଦ୍ରରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ନାୟକ ମଧ୍ୟ ସମୁଦ୍ର କୂଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ଓ ସିଏମଓଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ । ବିଧାୟକ ଜିଲ୍ଲାପଳଙ୍କୁ ଘଟଣାକୁ ନେଇ ଖବର ଦେବା ପରେ ଜିଲ୍ଲାପାଳ କୋଷ୍ଟ ଗାର୍ଡକୁ ଜଣାଇବା ପରେ କୋଷ୍ଟ ଗାର୍ଡର ଏକ ଜାହାଜ ଆସି ସମୁଦ୍ର କୂଳରୁ ପ୍ରାୟ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲା । ଏହାପରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ସମୁଦ୍ର କୂଳରେ ପହଞ୍ଚିଥିଲେ । ତଥାପି ନିଖୋଜ କଲେୟାଙ୍କ କୌଣସି ପତ୍ତା ମିଳିପାରିନଥିବା ବେଳେ ଖୋଜାଖୋଜି ଜାରି ରହିଥିଲା । ଦୀର୍ଘ ୧୩ ଘଣ୍ଟା ପରେ ପ୍ରାୟଗି ନିକଟ ଅଳେଶ୍ୱର ବେଳାଭୂମି ନିକଟରେ ନିଖୋଜ କlଲେୟlଙ୍କ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ l ରମ୍ଭା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରି ସବବ୍ୟବଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ପଠେଇଛନ୍ତି ରମ୍ଭା ପୋଲିସ ଘଟଣାର ତଦନ୍ତ କରୁଛି l
